ଗାଡିର ଛାତ ଉପରେ ବାନ୍ଧି ମହିଳାଙ୍କୁ ବୁଲାଇଲା ପୋଲିସ ! ମୋବାଇଲ୍ କ୍ୟାମେରାରେ କଏଦ ହେଲା ପୋଲିସର ଅମାନବୀୟ କାଣ୍ଡ ।

37

ଜନସାଧାରଣଙ୍କ ସୁରକ୍ଷା ଏବଂ ଆଇନଗତ ସାହାଯ୍ୟ ପାଇଁ ପୋଲିସ ପ୍ରଶାସନ କାର୍ଯ୍ୟ କରିଥାଏ । କିନ୍ତୁ ବେଳେ ବେଳେ ସୁରକ୍ଷା ଦେଉଥିବା ରକ୍ଷକ ହିଁ ହିଂସ୍ରକ ସାଜିବ ତାହା କେହି ସହଜରେ ଗ୍ରହଣ କରିପାରିବେ ନାହିଁ । ଠିକ ଏହି ଭଳି ଏକ ଅମାନବୀୟ ଘଟଣା ଘଟିଛି ପଞ୍ଜାବର ଅମୃତସର ଠାରେ । ପୋଲିସର ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି । ତେବେ ଘଟଣାଟି ଥିଲା କିଛି ଏପରି । ପୋଲିସ ଜଣେ ମହିଳାଙ୍କୁ ଗାଡିର ଛାତ ଉପରେ ବାନ୍ଧି ସ୍ଥାନୀୟ ଅଞ୍ଚଳରେ ବୁଲାଇଥିବା ଜଣାପଡିଛି । ତେବେ ଲୋକମାନେ ଏକାଠି ହେବା ପରେ ପୋଲିସ ମହିଳା ଜଣଙ୍କୁ ରାସ୍ତା ମଝିରେ ଫୋପାଡି ଦେଇ ଚାଲିଯାଇଥିଲା ।

ସୂଚନା ଅନୁଯାୟୀ, ଏକ ମାମଲାକୁ ଭିତ୍ତି କରି ପୋଲିସ ଅଧିକାରୀ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଅଭିଯୁକ୍ତ ଘରେ ମିଳିନଥିବାରୁ ପୋଲିସ ତାଙ୍କ ବୋହୁଙ୍କୁ ଆଣି ପୋଲିସ ଭ୍ୟାନର ଛାତ ଉପରେ ବାନ୍ଧି ଦେଇଥିଲା । ଏହା ପରେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଚକ୍କର କାଟିଥିଲା । ଯେତେବେଳେ ଆଖପାଖର ଲୋକେ ସେଠାରେ ପହଞ୍ଚିଥିଲେ, ସେତେବେଳେ ପୋଲିସ ତାଙ୍କୁ ବିଚ୍ ରାସ୍ତାରେ ଫୋପାଡି ଦେଇ ଚାଲିଯାଇଥିଲା ।

ତେବେ ଏହି ଘଟଣାକୁ ନେଇ ଅମୃତସର ଡିଏସପିଙ୍କ କହିବା କଥା, ଗତ ବର୍ଷ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ ସ୍ଥାନୀୟ ଅଞ୍ଚଳକୁ ଯାଇଥିଲେ । ଏବଂ ସେଠାରେ ଘଟିଥିବା ଏହି ଅମାନବୀୟ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକମାନେ ଘଟଣାର ଭିଡିଓ ମଧ୍ୟ ଡିଏସପିହ୍କୁ ଦେକାଇଥିଲେ । କିଭଳି ଭାବେ କ୍ରାଇମବ୍ରାଞ୍ଚ ମହିଳାଙ୍କୁ ଘରୁ ଆଣି ଗାଡିର ଛାତ ଉପରେ ବାନ୍ଧି ରାସ୍ତାରେ ବୁଲାଉଥିଲା, ତାର ପୁରା ଭିଡିଓକୁ ସ୍ଥାନୀୟ ଲୋକମାନେ ମୋବାଇଲରେ ସୁଟ୍ କରିନେଇଥିଲେ । ତେବେ ଏହି ଘଟଣାର ତଦନ୍ତ ଆରମ୍ଭ  ହୋଇଯାଇଥିବା ବେଳେ ଖୁବ ଶୀଘ୍ର ସତ ସମସ୍ତଙ୍କ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।