କନକ ବ୍ୟୁରୋ: ଫୋନି ଆସିବା ପୂର୍ବରୁ ଏବଂ ମାଡ ହେବା ପରେ ଲୋକମାନଙ୍କ ପାଇଁ ଭଗବାନଙ୍କ ଦୂତ ହୋଇ ଆସିଲେ ପୋଲିସ ଅଧିକାରୀ । ଲୋକମାନଙ୍କୁ ଘରୁ ନେଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖିଥିଲେ । କେବଳ ସେତିକି ନୁହେଁ କୁନି କୁନି ପିଲାମାନଙ୍କୁ କାଖେଇ ଆଶ୍ରୟସ୍ଥଳୀକୁ ନେଉଥିବାର ଦୃଶ୍ୟ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଏହି ପୋଲିସ ଅଧିକାରୀ ଏବଂ ତାଙ୍କ ଟିମ ସ୍ଥାନିୟ ଲୋକମାନଙ୍କୁ ସାହାଯ୍ୟ କରିଥିଲେ ।

Advertisment

publive-image

କାଦୁଅ ପଚ ପଚ ରାସ୍ତାରେ କୁନି ଛୁଆକୁ କାଖେଇ ଉଦ୍ଧାର କରୁଛନ୍ତି ପୋଲିସ ଅଧିକାରୀ । ଫୋନିର ସତର୍କ ସୂଚନା ମିଳିବା ପରେ ରାଜନଗର ବ୍ଲକର ସ୍ଥାନିୟ ଲୋକମାନଙ୍କୁ ବୁଝାସୁଝା କରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଉଛନ୍ତି । ଏହି ପୋଲିସ ଅଧିକାରୀ ଜଣଙ୍କ ହେଉଛନ୍ତି ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ । ଶ୍ରୀକାନ୍ତଙ୍କ ସହିତ ଅଛନ୍ତି ସେହି ଥାନାର ଅନ୍ୟ ପୋଲିସ ଅଧିକାରୀମାନେ । ମୋଟରସାଇକେଲରେ ପୁରୁଷ ଓ ମହିଳାମାନଙ୍କୁ ଜଣେ ମହିଳା ଅଧିକାରୀ ସ୍ଥାନାନ୍ତର କରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

publive-image

ଆଇଆଇସି ଜଣଙ୍କ ତାଙ୍କ ଟିମ ସହିତ ଲାଗିଥିଲେ ଏହି ସ୍ଥାନାନ୍ତର କାର୍ଯ୍ୟରେ । ଫୋନି ସତର୍କ ସୂଚନା ମିଳିବା ପରେ ପୋଲିସ ଅଧିକାରୀଙ୍କ ଏହି ଟିମ ଆରମ୍ଭ କରିଦେଇଥିଲେ ଉଦ୍ଧାର କାମ । ଚାଲି ଚାଲି ଲୋକମାନଙ୍କୁ ସୁରକ୍ଷିତ ଭାବେ ପହଂଚାଇଥିଲେ ବାତ୍ୟା ଆଶ୍ରୟସ୍ଥଳରେ । ପୋଲିସ ବାବୁଙ୍କ ଏହି କାମକୁ ସ୍ଥାନିୟ ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି ।ବାତ୍ୟା ଫୋନି ମାଡ ହେବା ପୂର୍ବରୁ ଏବଂ ପରେ ଏହି ପୋଲିସ ଅଧିକାରୀ ଏବଂ ତାଙ୍କ ଟିମର ଅନ୍ୟ ସଦସ୍ୟମାନେ ଯେଉଁ କାମ କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।