କନକ ବ୍ୟୁରୋ : ଠକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଖୁଂଟୁଣୀ ସ୍ଥିତ ଫାର୍ମ ହାଉସ୍ରେ ପୋଲିସର ରେଡ୍ । ଖମାର ନୂଆଗାଁରେ ଥିବା ଫାର୍ମ ହାଉସରେ ରେଡ୍ କରାଯାଉଛି । ମହିଳା ଥାନା ଆଇଆଇସିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମ୍ ରମେଶଙ୍କ ଫାର୍ମ ହାଉସରେ ଚଢାଉ କରୁଛି । ରମେଶ ସ୍ୱାଇଁ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ଚାରା ଆଣି ଏହି ଫାର୍ମ ହାଉସରେ ଲଗାଇଥିଲେ ।

Advertisment

ଖୁଂଟୁଣୀରେ ଥିବା ଏହି ଫାର୍ମ ହାଉସକୁ ରମେଶ ଅନେକ ମହିଳାଙ୍କୁ ନେଉଥିବା ଅଭିଯୋଗ ହୋଇଛି । ରମେଶଙ୍କ ଏହି ଫାର୍ମ ହାଉସକୁ ପୋଲିସ ସିଲ୍ କରିବ ବୋଲି ଜଣାପଡ଼ିଛି । ଢେଙ୍କାନାଳ କାମାକ୍ଷାନଗରରେ ମଧ୍ୟ ରମେଶ ସ୍ୱାଇଁଙ୍କର ଏକ ଘର ରହିଛି । ଏହି ଘର ଭିତରେ ରହିଛି ଏକ ଅନ୍ଧାରୀ ଗୁପ୍ତ ଭୂତଳ ଘର । ମାଟ୍ରିକ୍ ଫେଲ୍ ଡାକ୍ତର ରମେଶ ସ୍ୱାଇଁ ଜଣେ ଅଭିଜ୍ଞ ଜଣାଶୁଣା ଡାକ୍ତର ଥିଲେ । ଏହି ଗୁପ୍ତ କୋଠୀରରେ ସେ ନିଜର କ୍ଲିନିକ୍ ଖୋଲିଥିଲେ । ଆଉ ଏହି କ୍ଲିନିକର ନାଁ ରଖିଥିଲେ ସାଇଶ୍ରୀ ଏକ୍ସ-ରେ ।

ସେପଟେ, ଠକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଉଭଣୀକୁ ପଚରାଉଚରା କରିବ ସ୍ପେଶାଲ ସ୍କ୍ୱାର୍ଡ । ରମେଶଙ୍କୁ ସହଯୋଗ କରିବା ଅଭିଯୋଗରେ ତାଙ୍କୁ ପୋଲିସ ପଚରାଉଚରା କରିବ । ତାଙ୍କ ନାଁ ରଶ୍ମିତା ବେହେରା ବୋଲି ଜଣାପଡିଛି । କେନ୍ଦ୍ରାପଡାରେ ରେଡ ପରେ ଏହି ମହିଳାଙ୍କୁ  ଭୁବନେଶ୍ୱର ଉଠାଇ ଆଣିଛି ପୁଲିସ । ରମେଶଙ୍କ ଠକ ବିବାହ ପଛରେ ରମେଶଙ୍କ ପରିବାରର ହାତ ଥିବା  ତଦନ୍ତ ବେଳେ ଜଣାପଡିଛି । ରମେଶ ବାହାହେବା ଷଡଯନ୍ତ୍ରରେ ପୁରା ପରିବାର ସହାୟତା କରୁଥିଲେ ।

ଠକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଖୁଂଟୁଣୀ ସ୍ଥିତ ଫାର୍ମ ହାଉସରେ ମଧ୍ୟ ପୋଲିସର ରେଡ୍ । ଖମାର ନୂଆଗାଁରେ ଥିବା ଫାର୍ମ ହାଉସରେ ରେଡ୍ କରାଯାଉଛି । ମହିଳା ଥାନା ଆଇଆଇସିଙ୍କ  ନେତୃତ୍ୱରେ ଗଠନ ହୋଇଥିବା ଟିମ୍ ରମେଶଙ୍କ ଫାର୍ମ ହାଉସରେ ଚଢାଉ କରୁଛି । ରମେଶ ସ୍ୱାଇଁ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ଚାରା ଆଣି ଏହି ଫାର୍ମ ହାଉସରେ ଲଗାଇଥିଲେ । ଖୁଂଟୁଣୀରେ ଥିବା ଏହି ଫାର୍ମ ହାଉସ୍କୁ ରମେଶ ଅନେକ ମହିଳାଙ୍କୁ ନେଉଥିବା ଅଭିଯୋଗ ହୋଇଛି । ରମେଶଙ୍କ ଏହି ଫାର୍ମ ହାଉସକୁ ପୋଲିସ ସିଲ୍ କରିବ ବୋଲି ଜଣାପଡ଼ିଛି ।

ସେହିପରି କେନ୍ଦ୍ରାପଡ଼ାରେ ରମେଶଙ୍କ ପୈତୃକ ଘରେ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ପହଂଚି ପଚରାଉଚରା କରିଛି । ନକଲି ଡାକ୍ତରଙ୍କ ବାପା ଦୁଇଟି ବିବାହ କରିଥିଲେ । ତାଙ୍କ ସାବତ ମାଆଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ଝିଅ ଜ୍ୱାଇଁଙ୍କୁ ପୋଲିସ ମଧ୍ୟ ପଚରାଉଚରା କରୁଥିବା ଜଣାପଡ଼ିଛି । ଅନ୍ୟପଟେ ପାଟକୁରାରେ ଥିବା ଏକ ଫାର୍ମ ହାଉସରେ ମଧ୍ୟ ପୋଲିସ ରେଡ୍ କରୁଛି । ଏହି ଫାର୍ମ ହାଉସରେ ସେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ରଖିଛନ୍ତି ।