ମମିତା ମେହେର ହତ୍ୟାକାଣ୍ଡ ମାମଲା : ହତ୍ୟା ପରେ କାହାକୁ ଫୋନ କରିଥିଲା ଗୋବିନ୍ଦ ? ପ୍ରଭାବଶାଳୀ ବ୍ୟକ୍ତି ଜଣଙ୍କ କିଏ ?

237

କନକ ବ୍ୟୁରୋ : ଗୋବିନ୍ଦ ସାହୁର କଲ ରେକର୍ଡ ଯାଂଚ ବେଳେ ପୋଲିସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ମମିତାଙ୍କୁ ହତ୍ୟା କରିବା ପରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଫୋନ୍ କରିଥିବା କୁହାଯାଉଛି । ତେବେ ଗୋବିନ୍ଦକୁ ଫେରାର ହେବା କିଏ ସାହାଯ୍ୟ କରୁଥିଲା । କେଉଁ ପ୍ରଭାବଶାଳୀ ବ୍ୟକ୍ତି ଏହି ଘଟଣାରେ ସାମିଲ ଅଛନ୍ତି । ହତ୍ୟା ପରେ କାହାକୁ ଫୋନ କରିଥିଲା ଗୋବିନ୍ଦ ? ମୋବାଇଲ ଯାଞ୍ଚବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା । ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଫୋନ୍ କରିଥିବା ସୂଚନା । ୨ମିନିଟରୁ ଅଧିକ ସମୟ ଧରି କଥା ହୋଇଥିବା ସୂଚନା ମିଳିଛି । ଫେରାର୍ ପାଇଁ ଟଙ୍କା ଯୋଗାଡ କରୁଥିଲା ଗୋବିନ୍ଦ ସାହୁ । ସ୍କୋର୍ପିଓ ଗାଡିରେ ଫେରାର୍ ପାଇଁ ଯୋଜନା କରୁଥିଲା । ପୋଲିସ ହାତରୁ ଖସିଯିବା ପରେ ଗୋବିନ୍ଦ କଲେଜ ଆସିଥିଲା । କଲେଜରେ ସିସିଟିଭି ଫୁଟେଜ୍ ଡିଲିଟ୍ କରିଥିବା ମଧ୍ୟ ସୂଚନା ମିଳିଛି ।

ରାସ୍ତା ଉପରେ ଏକୁଟିଆ ଗୋବିନ୍ଦ ୮ ତାରିଖ ଦିନ ମମିତାଙ୍କୁ କେମିତି ହତ୍ୟା କରିଦେଲା ? କାର୍ ଭିତରେ ପାଉଜି ଆଦି ମିଳିବା, ସିଟ ଚିରିବା ପରିପ୍ରେକ୍ଷୀରେ ସନ୍ଦେହ ହେଉଛି, ଧସ୍ତାଧସ୍ତି ହୋଇଥାଇପାରେ। ମମିତା ଚିତ୍କାର ବି କରିଥାଇପାରନ୍ତି। ଏ ଡର ବି ଗୋବିନ୍ଦର ନଥିଲା ? ସେ ନିଜେ ଗାଡି ଚଳାଉଥିଲା, ନା ଡ୍ରାଇଭର ଥିଲା ? ଜଣେ ନିଜେ ଡ୍ରାଇଭିଂ କରୁଥିବା ବେଳେ ପଛସିଟରେ ମାରିବା ଅର୍ଥ, ରାସ୍ତାରେ ଗାଡି ଅଟକିଥିବ। ଏହା କେଇ ସେକେଣ୍ଡର ଘଟଣା ଆଦୌ ନୁହେଁ । ସେପଟେ କଣ ସେହି ସମୟରେ କେହି ଯାଉନଥିଲେ ? ଗୋବିନ୍ଦର କଣ ଆଇନ ପ୍ରତି ଆଦୌ ଭୟ ନଥିଲା ? ସେ ମମିତାକୁ ହତ୍ୟା କରିବା ପରେ ପୋଡିବା, ପୋତିବା ଯାଏ, କାହା କାହା ସହିତ ଟେଲିଫୋନରେ ବାର୍ତ୍ତାଳାପ କରିଛି, ପୁଲିସ ସେ କଲ୍‌ ରେକର୍ଡ ସଂଗ୍ରହ କରି ସାର୍ବଜନୀନ କରୁନି କାହିଁକି ? ଗୋବିନ୍ଦ ପେଶାଦାର ଅପରାଧୀ ନା ଆଉ କାହା ବଳରେ ବଳୀୟାନ୍ ?

ମାମଲାର ଅନ୍ୟ ଦିଗଟି ବି ସୂଚାଇ ଦେଉଛି ଯେ ଗୋବିନ୍ଦ ସାହୁ ଅତ୍ୟନ୍ତ କରିତକର୍ମା ବ୍ୟକ୍ତି ଥିଲା । ଯୁକ୍ତ ଦୁଇ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମହାଲିଙ୍ଗ କଲେଜ ଓଡ଼ିଶାରେ ଗୋଟିଏ ସମୟରେ ଚହଳ ପକାଇଥିଲା । ସେ ସମୟରେ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି କେନ୍ଦ୍ରରେ ପୁଣି କେମିତି ପରୀକ୍ଷା କରାଗଲା ? ସେହିଭଳି ‘ମୋ ସ୍କୁଲ’ ଅଭିଯାନରେ ମହାଲିଙ୍ଗ ହାଇସ୍କୁଲର ପୁରାତନ ଛାତ୍ରମାନେ ପାଖାପାଖି ୬୨ଲକ୍ଷ ଟଙ୍କା ଆଦାୟ କରିଥିଲେ । ନିୟମ ଅନୁସାରେ, ସରକାର ଏହାର ଦୁଇଗୁଣା ଦେଲେ । ହେଲେ କୌତୂହଳର କଥା ହେଲା, ନିଜେ ଗୋବିନ୍ଦ ୬୨ ଲକ୍ଷରୁ ୫୫ଲକ୍ଷ ଟଙ୍କା ଦେଇଥିବା ସୂଚନା ମିଳିଛି । ଏତେ ଅର୍ଥ ସେ ଆଣିଲା କେଉଁଠୁ ?