ପୁରୀ କାକଟପୁରରେ ନକଲି ଆରଟିପିସିଆର ରିପୋର୍ଟ ରାକେଟ । ଲ୍ୟାବ ମାଲିକଙ୍କୁ ଗିରଫ କଲା ପୋଲିସ, ମୋଟା ଅଙ୍କର ଟଙ୍କା ନେଇ ଦେଉଥିଲା ନକଲି ରିପୋର୍ଟ ।

241

କନକ ବ୍ୟୁରୋ : ପୁରୀ ଜିଲ୍ଲା କାକାଟପୁର ଅଞ୍ଚଳରେ ନକଲି କରୋନା ଆରଟିପିସିଆର ରିପୋର୍ଟ ରାକେଟ । ଏନେଇ ଅଭିଯୋଗ ହେବା ପରେ କାକଟପୁର ବଜାର ନିକଟରେ ଥିବା ମା ପ୍ୟାଥ ଲ୍ୟାବରେ କାକଟପୁର ଥାନା ପୋଲିସ ଓ ତହସିଲଦାର ଚଢ଼ାଉ କରିଥିଲେ । ଚଢ଼ାଉ ପରେ ପୂରା ଘଟଣା ସାମନାକୁ ଆସିଛି ।

ଚଢାଉ ବେଳେ ଜଣାପଡିଛି ଲ୍ୟାବ୍ ମାଲିକ ବେଆଇନ ଭାବେ କରୋନା କିଟରେ ଟେଷ୍ଟ କରି ନେଗେଟିଭ ଆଉ ପଜିଟିଭ ରିପୋର୍ଟ ଦେଇ ଟଙ୍କା ଆଦାୟ କରୁଥିଲେ । ନକଲି ରିପୋର୍ଟ ଦେବା ଅଭିଯୋଗରେ ଲ୍ୟାବର ମାଲିକ ପ୍ରକାଶ କୁମାର ଦାଶଙ୍କୁ ପୋଲିସ ଗିରଫ କରିଛି ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ । ପ୍ରକାଶଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ତାଙ୍କର କରୋନା ଟେଷ୍ଟ ବେଳେ ପଜିଟିଭ ଆସିବାରୁ ଅଭିଯୁକ୍ତଙ୍କୁ କାକଟପୁର କୋଭିଡ ୱାର୍ଡରେ ଭର୍ତି କରାଯାଇଛି ।

Comments are closed.