କନକ ବ୍ୟୁରୋ : ପୁରୀ ଜିଲ୍ଲା କାକାଟପୁର ଅଞ୍ଚଳରେ ନକଲି କରୋନା ଆରଟିପିସିଆର ରିପୋର୍ଟ ରାକେଟ । ଏନେଇ ଅଭିଯୋଗ ହେବା ପରେ କାକଟପୁର ବଜାର ନିକଟରେ ଥିବା ମା ପ୍ୟାଥ ଲ୍ୟାବରେ କାକଟପୁର ଥାନା ପୋଲିସ ଓ ତହସିଲଦାର ଚଢ଼ାଉ କରିଥିଲେ । ଚଢ଼ାଉ ପରେ ପୂରା ଘଟଣା ସାମନାକୁ ଆସିଛି ।
ଚଢାଉ ବେଳେ ଜଣାପଡିଛି ଲ୍ୟାବ୍ ମାଲିକ ବେଆଇନ ଭାବେ କରୋନା କିଟରେ ଟେଷ୍ଟ କରି ନେଗେଟିଭ ଆଉ ପଜିଟିଭ ରିପୋର୍ଟ ଦେଇ ଟଙ୍କା ଆଦାୟ କରୁଥିଲେ । ନକଲି ରିପୋର୍ଟ ଦେବା ଅଭିଯୋଗରେ ଲ୍ୟାବର ମାଲିକ ପ୍ରକାଶ କୁମାର ଦାଶଙ୍କୁ ପୋଲିସ ଗିରଫ କରିଛି ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ । ପ୍ରକାଶଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ତାଙ୍କର କରୋନା ଟେଷ୍ଟ ବେଳେ ପଜିଟିଭ ଆସିବାରୁ ଅଭିଯୁକ୍ତଙ୍କୁ କାକଟପୁର କୋଭିଡ ୱାର୍ଡରେ ଭର୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/5-2.jpg)