କନକ ବ୍ୟୁରୋ : ପୋଲିସ ଷ୍ଟେସନ ଭିତରେ ଲହଡି ମାରୁଛି ବର୍ଷା ପାଣି । ମହରାଷ୍ଟ୍ରର ରାୟଗଢ ଜିଲ୍ଲାର ରସାୟନୀ ପୋଲିସ ଷ୍ଟେସନ ପାଣିରେ ବୁଡିଛି । ପୋଲିସ ଷ୍ଟେସନ ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଛି । ଟେବୁଲ, ଚେୟାର ସବୁ ପାଣିରେ ବୁଡିଯାଇଛି । ଥାନାର ବାହାଠୁ ଭିତରେ ଯୁଆଡେ ଚାହିଁବ ସିଆଡେ ଖାଲି ପାଣିରେ ବୁଡିଛି ।

Advertisment

ମୁମ୍ବାଇରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ମହରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲୋକଙ୍କୁ କଲବଲ କରୁଛି । ବୁଧବାର ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ପାଲଘରର ରାୟଗଢ ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଥିଲା ଆଇଏମଡି । ସେହିପରି ଠାଣେ, ରତ୍ନଗିରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।