ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । 

109

କନକ ବ୍ୟୁରୋ : ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ ଗଠନ ହେବ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ୱିଙ୍ଗ ମହିଳା ଓ ପୋଲିସଙ୍କ ସୁରକ୍ଷା ପାଇଁ କାମ କରିବ । ୬୨ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ସଡକ ସୁରକ୍ଷା ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି  । ସଡକ ଦୁର୍ଘଟଣାରେ ଅନେକ ପ୍ରାଣହାନୀ ହେଉଛି । ଏଥିପାଇଁ ପ୍ରତିକାରମୂଳକ ପଦକ୍ଷେପ ଓ ଜନସଚେତନା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦୋଷୀ ସାବ୍ୟସ୍ତ ହାର କମୁଥିବା ଉଦଗେବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୋଷୀ ସାବ୍ୟସ୍ତ ହାର ବଢାଇବାକୁ ସବୁ ପଦକ୍ଷେପ ନେବାକୁ  ନିର୍ଦ୍ଦେଶ ଦିଆଯାଇଛି ।