କନକ ବ୍ୟୁରୋ: ଶେଯ ଉପରେ ବିଡା ବିଡା ଟଙ୍କା । ତା ସହ ସେଲ୍ଫି ନେଲେ ପୁଲିସ ବାବୁଙ୍କ ପରିବାର । ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ୍ କରିବା ପରେ ପୁଲିସ ବାବୁଙ୍କ ବେଳା ଖରାପ ପଡିଗଲା । ଫଟୋ ଦେଖି ପୁଲିସ ଡିପାର୍ଟମେଣ୍ଟରେ ହଇଚଇ ଆରମ୍ଭ ହେଲା । ଆଉ ତା ପରେ ହେଲା ତନାଘନା ।

Advertisment

ସୂଚନା ମୁତାବକ, ଗୁରୁବାର ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶ ଉନ୍ନାଉ ଜିଲ୍ଲାର ଜଣେ ଥାନାଧିକାରୀଙ୍କ ପରିବାର ଲୋକଙ୍କୁ । ଶେଯ ଉପରେ ବିଡା ବିଡା କରି ୨୭ ବିଡା ୫୦୦ ଟଙ୍କିଆ ନୋଟ୍ । ତା ସହ ଫଟୋ ଉଠାଇଛନ୍ତି ଥାନାଧିକାରୀ ରମେଶଚନ୍ଦ୍ର ସାହନିଙ୍କ ଦୁଇ ପୁଅ, ଝିଅ ଓ ପତ୍ନୀ । ନୋଟ୍ ବିଡା ସହ ବେଶ୍ ମଜାରେ ସମସ୍ତେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି ।

publive-image

ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଏସପି । ଜଣାପଡିଲା ଯେ ଏମାନେ ହେଉଛନ୍ତି ବେହଟା ମୁଜାଫର ଥାନା ପ୍ରଭାରୀ ରମେଶଚନ୍ଦ୍ର ସାହନିଙ୍କ ପରିବାର । ଏହାପରେ ଥାନାବାବୁଙ୍କୁ ଡାକରା ଆସିଥିଲା । ଏହି ଟଙ୍କା ଏକ ଘରୋଇ ସମ୍ପତ୍ତି ବିକ୍ରିରୁ ମିଳିଥିବା ଥାନା ବାବୁ ସଫେଇ ଦେଇଥିଲେ ବି ଏତିକିରେ ମାନିଲାନି ଏସପିଙ୍କ ମନ । ଫଳରେ ଏବେବି ଏହି ଘଟଣାର ଯାଞ୍ଚ ଜାରି ରହିଛି ।