ଦୁଇଟି ବିବାହ କରି ଫସିଲେ ଯୁବକ । ରାତି ସାରା ଅନିଦ୍ରା ହୋଇ ସକାଳୁ ବାନ୍ଧିଲା ପୋଲିସ।

170

କନକ ବ୍ୟୁରୋ: ଦୁଇଟି ବିବାହ କରି ଫସିଗଲେ ଯୁବକ । ହେଲେ ରୋଚକ କଥା ହେଉଛି ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ଯୁବକଙ୍କୁ ଗିରଫ କରିବାକୁ ଆସିଥିବା ଭଦ୍ରକ ପୋଲିସକୁ ହଟ୍ଟହଟ୍ଟା ହେବାକୁ ପଡିଛି । କାରଣ ଅଭିଯୁକ୍ତ, ଘର କବାଟ ନଖୋଲିବାରୁ ରାତି ଅନିଦ୍ରା ହୋଇ ଘର ବାହାରେ ଜଗି ରହିଥିଲା ଭଦ୍ରକ ପୋଲିସ । ଗଞ୍ଜାମ ଛତ୍ରପୁର ବ୍ୟାଙ୍କ କଲୋନୀର ପିନା ସାମଲ ୨୦୧୫ରେ ଭଦ୍ରକରେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ହେଲେ ଛତ୍ରପୁରରେ ପୁଣି ଜଣେ ବିବାହ କରିବା ପରେ, ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ପିନାଙ୍କୁ ଜେରା କରିବାକୁ ଆସିଥିଲା ଭଦ୍ରକ ପୋଲିସ । ରାତି ୧୨ଟାରେ ପିନାଙ୍କ ଘର ବାହାରେ ପହଞ୍ଚିଥିଲା ଭଦ୍ରକ ପୋଲିସର ଏକ ଟିମ୍ । ହେଲେ ସେ ଘର କବାଟ ନଖୋଲିବାରୁ ରାତି ତମାମ ଘର ବାହାରେ ଜଗି ରହିଥିଲା ଭଦ୍ରକ ପୋଲିସ । ବହୁ ବୁଝାସୁଝା ପରେ ଆଜି ସକାଳ ସାଢେ ୮ଟାରେ ପିନା କବାଟ ଖୋଲିବା ପରେ ତାଙ୍କୁ କାବୁ କରିଛି ପୋଲିସ । ଏବେ ତାଙ୍କୁ ଛତ୍ରପୁର ଥାନାରେ ନେଇ ପଚରା ଉଚରା କରୁଛି ଭଦ୍ରକରୁ ଆସିଥିବା ପୋଲିସ ଟିମ୍ ।