ଥାନାବାବୁଙ୍କୁ ମହଙ୍ଗା ପଡିଲା ମଦ । ବେତନଟୀ ଥାନାର କାର୍ଯ୍ୟରତ ସବଇନସ୍ପେକ୍ଟରଙ୍କ ବେହୋସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ, କାର୍ଯ୍ୟରୁ ହେଲେ ନିଲମ୍ବିତ 

416

କନକ ବ୍ୟୁରୋ : ନିଲମ୍ବିତ ହେଲେ ମାତାଲ ପୁଲିସ ବାବୁ । ମୟୁରଭଂଜ ବେତନଟୀ ଥାନାରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ସଚିଦାନନ୍ଦ କିଷାନ ଗତକାଲି ସଂଧ୍ୟାରେ ମଦ୍ୟପାନ କରି ବେତନଟୀ ଥାନା ଛକ ନିକଟ ଏକ ଦୋକାନରେ ଅଚେତ ଅବସ୍ଥାରେ ପଡିରହିଥିଲେ  । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଥାନାରେ ଛାଡିଥିଲେ । ମାତାଲ ପୋଲିସ ବାବୁଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ସବ ଇନ୍ସପେକ୍ଟରଙ୍କ ଭିଡିଓ ଭାଇରାଲ ହେବା ସହ ସ୍ଥାନୀୟ ଲୋକେ ଏନେଇ ଏସପିଙ୍କୁ ଅବଗତ କରିବା ପରେ ସବ ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସପି । ଘଟଣାର ତଦନ୍ତ କରି ଏସପି, ସବ୍ ଇନ୍ସପେକ୍ଟର ସଚିଦାନନ୍ଦ କିଷାନଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ।