କନକ ବ୍ୟୁରୋ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଏସଆଇ । ଏକ ମାମଲାର ଦଫା କୋହଳ କରିବାକୁ ଲାଞ୍ଚ ମାଗି ଫସିଯାଇଛନ୍ତି ଏସଆଇ ସନ୍ତୋଷ ସ୍ୱାଇଁ । ଆଉ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଏକ ଟିମ୍ ତାଙ୍କୁ କାବୁ କରିଛି ।

Advertisment

ସୂଚନା ଅନୁସାରେ ଗତ ଜୁଲାଇ ମାସରେ ବୁରପଲ୍ଲୀ ଗାଁର ଭୂବନ ପାତ୍ର ନାମକ ଜଣେ ବ୍ୟକ୍ତି ପଡୋଶୀଙ୍କ ସହ ଝଗଡା ହୋଇଥିଲା । ଏନେଇ ଥାନାରେ ମାମଲା ରୁଜୁ ପରେ ଗିରଫଦାରି ଏଡାଇବାକୁ ଓ ଦଫା କୋହଳ କରିବାକୁ ଏସଆଇ ସନ୍ତୋଷ ସ୍ୱାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭୁବନ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀ ଲାଞ୍ଚ ଟଙ୍କା ସହ ତାଙ୍କୁ କାବୁ କରିଛନ୍ତି ।