କନକ ବ୍ୟୁରୋ : ବ୍ରହ୍ମପୁରରୁ ପୁଣି ଧରାପଡିଛି ଧଳାଜହର । ଏଥର ଜବତ ହୋଇଛି ପ୍ରାୟ ୪୫ ଗ୍ରାମ ବ୍ରାଉନସୁଗାର । ଏମକେସିଜି ମେଡ଼ିକାଲ ପଡ଼ିଆରୁ ବ୍ରାଉନସୁଗାର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କା । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣଙ୍କ ଆଙ୍କୁଲି ନିଗମନଗର ଅଂଚଳର ।
ସୂଚନା ମୁତାବକ, ଗତକାଲି ଯୁବକ ଜଣଙ୍କ ପୁରୀରୁ ବ୍ରାଉନସୁଗାର ଆଣିଥିଲା । ଆଜି ଗ୍ରାହକଙ୍କୁ ବିକ୍ରି କରିବାକୁ ମେଡ଼ିକାଲ ପଡ଼ିଆରେ ଜଗିଥିଲା ଗିରଫ ହୋଇଥିବା ଯୁବକ । କୌଣସି ସୂତ୍ରରୁ ପୋଲିସ ଏନେଇ ଖବର ପାଇଁ ଘଟଣାସ୍ଥଳରେ ଚଢ଼ାଉ କରି ଯୁବକଙ୍କୁ ଗିରଫ କରିବା ସହ ବ୍ରାଉନସୁଗାର ଜବତ କରିଥିଲା ପୋଲିସ ।