ବିଷମକଟକ ପୋଲିସକୁ ମିଳିଲା ପୁଣି ଏକ ସଫଳତା : ପିଆଜ ବୋଝେଇ ମିନିଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ

Advertisment
ବିଷମକଟକ ପୋଲିସକୁ ମିଳିଲା ପୁଣି ଏକ ସଫଳତା : ପିଆଜ ବୋଝେଇ ମିନିଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ

କନକ ବ୍ୟୁରୋ : ପିଆଜ ବୋଝେଇ ମିନିଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ମୂଲ୍ୟ ୧୮ ଲକ୍ଷ. ୫୦ ହଜାର ଟଙ୍କା । ରାୟଗଡା ଜିଲ୍ଲା ବିଷମକଟକ ପୋଲିସକୁ ମିଳିଲା ପୁଣି ଏକ ସଫଳତା । ପେଟ୍ରୋଲିଂ ବେଳେ ଏକ ପିଆଜ ବୋଝେଇ ମିନି ଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୮ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି ।

ବିଷମକଟକ ପୋଲିସ ପେଟ୍ରୋଲିଂ ବେଳେ ଥୁଆପାଡି ଗାଁ ଛକ ନିକଟ ଜଙ୍ଗଲ ରାସ୍ତା କଡରେ ଏକ ମିନି ଟ୍ରକ ଥିବା ଦେଖି ପୋଲିସ ସନ୍ଦେହ କରି ଦେଖିବା ବେଳେ ସେଥିରେ ୩୬ ବସ୍ତା ପିଆଜ ଥିବା ବେଳେ ଗାଡିରେ କେହି ନଥିଲେ ତେଣୁ ସନ୍ଦେହ କରି ପୋଲିସ ଗାଡି ତନଖି କରିବାରୁ ଗାଡିରେ ଏକ ସ୍ୱତନ୍ତ୍ର ଚାମ୍ବରରୁ ୩୭୫ କେଜି ଗଞ୍ଜେଇ କୁ ଠାବ କରିପାରିଥିଲା ଓ ପରେ ପୋଲିସ ଉକ୍ତ ମିନି ଟ୍ରକ ଟିକୁ ଥାନାକୁ ଆଣି ଅଧିକ ତଦନ୍ତ ଜାରିରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe