କନକ ବ୍ୟୁରୋ : ପୋଖରୀ ଭିତରେ ଲୁଚାଇ ରଖିଥିଲେ ମଦ ପୋଚ । ଚଢାଉ କଲା ଅବକାରୀ ବିଭାଗ । ପୁରୁଣା ବାଲେଶ୍ୱରରେ ଚାଲିଛି ମାରାଥନ ଚଢାଉ । ଅବକାରୀ, ପୋଲିସ ଏବଂ ବନ ବିଭଗର ୧୦୦ ଜଣିଆ ଦଳ ଚଢାଉ କରୁଛନ୍ତି । ମଦ ବ୍ୟବସାୟୀ ଫେରାର ହୋଇଯାଇଥିବା ବେଳେ ପୋଖରୀ ଓ ନଈ ଭିତରେ ଲୁଚାଇ ରଖାଯାଇଥିବା ମଦ ବ୍ୟାରେଲ ଜବତ ହୋଇଛି । ଏହି ସବୁ ମଦ ପୋଚକୁ ନଷ୍ଟ କରାଯାଉଛି । ସିଟି ଡିଏସ୍ପି ଓ ଅବକାରୀ ସୁପରିଟେଣ୍ଡେଂଟଙ୍କ ନେତୃତ୍ୱରେ ଚଢାଉ କରାଯାଇଛି ।
ପୋଖରୀରେ ଲୁଚାଇ ରଖିଥିଲେ ମଦ ପୋଚ । ପୁରୁଣା ବାଲେଶ୍ୱରରେ ଅବକାରୀ, ପୋଲିସ ଓ ବନବିଭାଗର ୧୦୦ ଜଣିଆ ଦଳର ଚଢାଉ
/kanak/media/post_attachments/wp-content/uploads/2021/11/26-18.jpg)