ବଡ ପରଦାରେ ଆଇପିଏଲ ଦେଖିବା ମହଙ୍ଗା ହେଲା । ରାଜଧାନୀର ଇନଫୋସିଟି ଅଂଚଳର ଗ୍ୟାଲେକ୍ସି ଗାର୍ଡେନକୁ ସିଲ କଲା ପୁଲିସ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ।

Advertisment
ବଡ ପରଦାରେ ଆଇପିଏଲ ଦେଖିବା ମହଙ୍ଗା ହେଲା । ରାଜଧାନୀର ଇନଫୋସିଟି ଅଂଚଳର ଗ୍ୟାଲେକ୍ସି ଗାର୍ଡେନକୁ ସିଲ କଲା ପୁଲିସ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଗ୍ୟାଲେକ୍ସି ଗାର୍ଡେନକୁ ସିଲ କଲା ପୁଲିସ । ଇନଫୋସିଟି ଅଂଚଳରେ ଥିବା ଏହି ଗ୍ୟାଲେକ୍ସି ଗାର୍ଡେନରେ ପାଖ ରେଷ୍ଟୁରାଂଟରୁ ଖାଦ୍ୟ ସାମଗ୍ରୀ କିଣି ଖାଇଥାନ୍ତି ଗ୍ରାହକ । ଏଠାରେ ବଡ ପରଦା ଲଗାଇ ଆଇପିଏଲ ମ୍ୟାଚ ଦେଖିବା ବ୍ୟବସ୍ଥା କରାଯାଇଛି । ଏହି ଘଟଣା ପରେ ଗ୍ୟାଲେକ୍ସି ଗାର୍ଡେନକୁ ଇନଫୋସିଟି ଥାନା ପୁଲିସ ସିଲ କରିଛି ।

କୋଭିଡ ନିୟମ ଉଲ୍ଲଂଘନ ଆଇନ ବଳରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ଗ୍ୟାଲେକ୍ସି ଗାର୍ଡେନର ମାଲିକଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ଏଠାରେ ବଡ ପରଦାରେ ଆଇପିଏଲ ମ୍ୟାଚ ଦେଖିବା ସମୟରେ କୋଭିଡ ନିୟମ ଉଲ୍ଲଘଂ କରାଯାଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe