କନକ ବ୍ୟୁରୋ : କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଗ୍ୟାଲେକ୍ସି ଗାର୍ଡେନକୁ ସିଲ କଲା ପୁଲିସ । ଇନଫୋସିଟି ଅଂଚଳରେ ଥିବା ଏହି ଗ୍ୟାଲେକ୍ସି ଗାର୍ଡେନରେ ପାଖ ରେଷ୍ଟୁରାଂଟରୁ ଖାଦ୍ୟ ସାମଗ୍ରୀ କିଣି ଖାଇଥାନ୍ତି ଗ୍ରାହକ । ଏଠାରେ ବଡ ପରଦା ଲଗାଇ ଆଇପିଏଲ ମ୍ୟାଚ ଦେଖିବା ବ୍ୟବସ୍ଥା କରାଯାଇଛି । ଏହି ଘଟଣା ପରେ ଗ୍ୟାଲେକ୍ସି ଗାର୍ଡେନକୁ ଇନଫୋସିଟି ଥାନା ପୁଲିସ ସିଲ କରିଛି ।
କୋଭିଡ ନିୟମ ଉଲ୍ଲଂଘନ ଆଇନ ବଳରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ଗ୍ୟାଲେକ୍ସି ଗାର୍ଡେନର ମାଲିକଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ଏଠାରେ ବଡ ପରଦାରେ ଆଇପିଏଲ ମ୍ୟାଚ ଦେଖିବା ସମୟରେ କୋଭିଡ ନିୟମ ଉଲ୍ଲଘଂ କରାଯାଇଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/4-23.jpg)