ନିଖୋଜ ପଛର କାରଣ କହିଲା ପୋଲିସ । ମାନସିକ ଚାପରୁ ନିଖୋଜ ଥିଲେ କଟକ ବଡମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ ।
କନକ ବ୍ୟୁରୋ: ମାନସିକ ଚାପରୁ ନିଖୋଜ ଥିଲେ କଟକ ବଡମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ । ସେ ନିଜ ଇଚ୍ଛାରେ ବିଶାଖାପାଟଣା ପଳାଇଥିବା କଟକ ଆଡିସିନାଲ ଏସପି ସୂଚନା ଦେଇଛନ୍ତି । ତାଙ୍କର ଧାରା ୧୬୧ରେ ବୟାନ ରେକର୍ଡ କରାଯାଇଛି । ତାଙ୍କର କ’ଣ ମାନସିକ ଚାପ ଥିବା ସେନେଇ ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ରାତିରେ ବିଶାଖାପାଟଣାରୁ ଫେରୁଥିବା ବେଳେ ଗଞ୍ଜାମ ଗୋଳନ୍ଥରା ଥାନା ନିକଟରେ ଥିବା ଗିରିସୋଲା ଗେଟ୍ ନିକଟରୁ ପୋଲିସ ତାଙ୍କୁ ଠାବ କରିଥିଲା । ତପନଙ୍କୁ ଖୋଜିବା ପାଇଁ କଟକ ଆଡିସିନାଲ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ତପନଙ୍କୁ ଠାବ କରିବା ପରେ ଗୋଳନ୍ଥରା ପୋଲିସ ବୈଦେଶ୍ୱର ଥାନା ପୋଲିସକୁ ହସ୍ତାନ୍ତର କରିଥିଲା ।
ଗତ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବାରୁ ତପନ ନିଜ ଘର ବ୍ରହ୍ମପୁର ଯାଇଥିଲେ । ସୋମବାର ବାଇକରେ ଫେରୁଥିବା ବେଳେ ବିଳମ୍ବ ହେବ ବୋଲି ଭାବି ବାଙ୍କୀ କଳାପଥର ଶାଖାକୁ ଯାଇଥିଲେ । ଏହା ପରେ ତାଙ୍କର ଆଉ କୌଣସି ପତ୍ତା ମିଳିନଥିଲା । ମୋବାଇଲ ବି ସୁଇଚ ଅଫ ରହିଥିଲା । ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।