ସାରୁଆ ଷ୍ଟୁଡିଓରେ ପୁଣି ପହଂଚିଲା ପୋଲିସ । ଓଟିଭି ଏମଡିଙ୍କ ବାପାଙ୍କୁ ପଚରାଉଚରା ପାଇଁ ପହଂଚିଛି ପୋଲିସ

151

କନକ ବ୍ୟୁରୋ : ଓଟିଭି ଖୋର୍ଦ୍ଧା ସାରୁଅ ଷ୍ଟୁଡିଓରେ ପୁଣି ପଂହଚିଲା ପୁଲିିସ । ସାରୁଅ ଜମି ବିବାଦରେ ଓଟିଭି ଏମଡିଙ୍କ ବାପା ରଣଧୀର ସିଂଙ୍କୁ ପଚରାଉଚରା ପାଇଁ ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ୱରେ ପଂହଚିଛି ପୁଲିସ ଟିମ । ଗତକାଲି ପଚରାଉଚରା ପାଇଁ ପୁଲିସ ଯାଇଥିଲେ ବି ସେ ସହଯୋଗ କରିନଥିଲେ । କିନ୍ତୁ ଦୀର୍ଘ ୩ ଘଂଟା ଅପେକ୍ଷା କରିବା ପରେ ପୁଲିସ ଫେରିଥିଲା ।

ତେଣୁ ଆଜି ପୁଣି ପଚରାଉଚରା କରିବାକୁ ନୋଟିସ ଲଗାଇଥିଲା ପୁଲିସ । ଏହି ଅନୁସାରେ ପୁଲିସ ଆଜି ପୁଣି ସାରୁଅ ଷ୍ଟୁଡିଓକୁ ଯାଇଛି । ଆଜି ରଣଧୀର ସିଂ ନ ଆସିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଡିପିଓ ।