ଉଦ୍ଧାର ହୋଇପାରିଲା ନାହିଁ ଜନ୍ ଚାଉଙ୍କ ମୃତ ଶରୀର ! ଧନୁତୀର ଧରି ପୋଲିସଙ୍କୁ ଆକ୍ରମଣ କଲେ ରହସ୍ୟମୟ ଦ୍ୱୀପର ଆଦିବାସୀ ।

Advertisment
ଉଦ୍ଧାର ହୋଇପାରିଲା ନାହିଁ ଜନ୍ ଚାଉଙ୍କ ମୃତ ଶରୀର ! ଧନୁତୀର ଧରି ପୋଲିସଙ୍କୁ ଆକ୍ରମଣ କଲେ ରହସ୍ୟମୟ ଦ୍ୱୀପର ଆଦିବାସୀ ।

gopetition.com

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଅନ୍ତର୍ଗତ କ୍ଷୁଦ୍ର ଦ୍ୱୀପ ଉତ୍ତର ସେଣ୍ଟିନେଲରେ କିଛିଦିନ ତଳେ ଜଣେ ଆମେରିକୀୟ ପର‌୍ୟ୍ୟଟକ ତଥା ମିଶନାରୀ ଜନ ଚାଉଙ୍କୁ ଆଦିବାସୀମାନେ ହତ୍ୟା କରିଥିଲେ । ଏହି ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ଆଣ୍ଡାମାନ ପୁଲିସ ଚାଉଙ୍କ ମୃତଦେହ ଉଦ୍ଧାର କରିବାକୁ ଯାଇ ବିଫଳ ହୋଇ ଅଧାବାଟରୁ ଫେରିଆସିଛନ୍ତି ।

ଆଣ୍ଡାମାନ ନିକୋବର ପୁଲିସ ଡିଜି କହିଛନ୍ତି ଯେ, ଚାଉଙ୍କ ମୃତଦେହ ଉଦ୍ଧାର ପାଇଁ ପୁଲିସର ଏକ ଟିମ ଉତ୍ତର ସେଣ୍ଟିନେଲ ଆଡକୁ ଯାଇଥିବାବେଳେ ସମୁଦ୍ର ଭିତରେ ରହି ପ୍ରାୟ ୪୦୦ ମିଟର ଦୂରରୁ ଦୂରବୀନ ମାଧ୍ୟମରେ ସେମାନେ ଦେଖିଲେ ଯେ କେତେକ ସେଣ୍ଟିନେଲ ପୁରୁଷ ଧନୁତୀର ଧରି ସେମାନଙ୍କୁ ଅପେକ୍ଷା କରି ରହିଛନ୍ତି । ଏହି ସ୍ଥାନରୁ ହିଁ ଚାଉ ନିଖୋଜ ହୋଇଯାଇଥିଲେ । ଚାଉ ନଭେମ୍ବର ୧୭ ତାରିଖରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ସେଣ୍ଟିନେଲି ଆଦିବାସୀମାନେ ବାହାର ଜଗତର ଲୋକମାନଙ୍କୁ ନିଜ ଦ୍ୱୀପରେ ପ୍ରବେଶ କରାଇଦିଅନ୍ତି ନାହିଁ । ହଜାର ହଜାର ବର୍ଷ ଧରି ସେମାନେ ବାହାର ଦୂନିଆ ସହ କୌଣସି ସଂପର୍କ ରଖିନାହାନ୍ତି ଓ ରଖିବାକୁ ଚାହାନ୍ତି ନାହିଁ ମଧ୍ୟ । ଭାରତ ସରକାର ମଧ୍ୟ ଏହି ଦ୍ୱୀପକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆମେରିକୀୟ ପର୍ଯ୍ୟଟକ ଜନ ଚାଉଙ୍କ ମୃତ ଶରୀର କିଭଳି ଉଦ୍ଧାର କରାଯିବ ସେ ନେଇ ଏକ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe