ଫେଲ୍ ମାରିଲା ସାଇବର ଲୁଟ୍ ତରିକା । ଅନଲାଇନ୍ ଲୁଟେରାଙ୍କ ଆକାଉଂଟ ବ୍ଲକ୍ କରି ଟଙ୍କା ଫେରାଇଲା ପୋଲିସ ।

Advertisment
ଫେଲ ମାରିଲା ସାଇବର୍ ଲୁଟ୍ ତରିକା : ଆକାଉଣ୍ଟ ବ୍ଲକ୍ କରି ୩ଲକ୍ଷ ଟଙ୍କା ଫେରାଇଲା ପୋଲିସ; ଟଙ୍କା ଫେରିପାଇଲେ ଅନୁଗୁଳର ଯୁବକ

କନକ ବ୍ୟୁରୋ: ଫେଲ୍ ମାରିଲା ସାଇବର ଲୁଟ୍ ତରିକା । ଆକାଉଂଟ ବ୍ଲକ କରି ୩ ଲକ୍ଷ ଟଙ୍କା ଫେରାଇଲା ପୋଲିସ । ଅନଲାଇନ୍ ଲୁଟେରାଙ୍କ ଆକାଉଂଟ ବ୍ଲକ୍ କରି ଟଙ୍କା ଫେରାଇଲା ପୋଲିସ । ମୋବାଇଲ୍ ଟାୱାର ନାଁରେ ଟଙ୍କା ଠକିଥିଲେ ସାଇବର ଠକ । ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ଅନୁଗୁଳର ବସନ୍ତ ଛତର ନାମକ ଜଣେ ବ୍ୟକ୍ତି ଏହି ଲୁଟର ଶିକାର ହୋଇଥିଲେ । ସାଇବର ଠକ ଟାୱାର ବସାଇବା ନାଁରେ ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ବ୍ୟକ୍ତି ଜଣକ ଭୁବନେଶ୍ୱର ସାଇବର ସେଲରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସାଇବର ସେଲ ଅନଲାଇନ ଲୁଟେରାଙ୍କ ଆକାଉଣ୍ଟ ବ୍ଲକ କରି ୩ ଲକ୍ଷ ଟଙ୍କା ଫେରାଇଥିଲା ।

ବର୍ତ୍ତମାନ ସମୟରେ ଅନଲାଇନରେ ସାଇବର ଠକମାନେ ସକ୍ରିୟ ରହିଛନ୍ତି । ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଏହି ଠକମାନେ ଅନଲାଇନରେ ଲୁଟୁଛନ୍ତି । ଗତ କିଛି ଦିନ ହେବ ଏଭଳି ମାମଲା ଥାନାରେ ଅଭିଯୋଗ ହୋଇଛି । ତେବେ ଏଭଳି ଠକଙ୍କଠାରୁ ସତର୍କ ରହିବାକୁ ପୋଲିସ ମଧ୍ୟ ଲୋକଙ୍କୁ ସଚେତନ କରାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe