ସାମାନ୍ୟ ଦୁର୍ଘଟଣାକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ ପରେ ଅପହରଣ । କଟକରୁ ଅପହୃତ ଯୁବକଙ୍କୁ ଢେଙ୍କାନାଳରୁ ଉଦ୍ଧାର କଲା ପୁଲିସ

400

କନକ ବ୍ୟୁରୋ : ସାମାନ୍ୟ ଦୁର୍ଘଟଣାକୁ ନେଇ ଯୁବକଙ୍କ ନିସ୍ତୁକ ପିଟିଲେ । ପରେ ଗାଡିରେ ବସାଇ କଟକରୁ ଢେଙ୍କାନାଳ ନେଇଗଲେ । ଖବରପାଇଁ ଘଟଣା ସ୍ଥଳରେ ପହଞ୍ଚି ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି ଭାପୁର ପୁଲିସ । ଗତକାଲି କଟକ ସିଡିଏ ଭେଲଭିୟୁ ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଅନୁଗୁଳୁ ପାଲହଡାର ଦୋଳେଶ୍ୱର ନାୟକ । ଦୋଳେଶ୍ୱର କଟକରେ ରହି କାମ କରୁଛନ୍ତି ।

ଗତକାଲି ବାଇକ ନେଇ ଘରକୁ ଫେରୁଥିବା ବେଳେ ଭେଲଭିୟୁ ଛକରେ ତାଙ୍କ ବାଇକ ସହ ଏକ କାରର ଧକ୍କା ହୋଇଥିଲା । ପରେ କାରରେ ଥିବା ଯୁବକମାନେ ଦୋଳେଶ୍ୱର ମାଡ ମାରିବା ସହ ତାଙ୍କ ମୋବାଇଲ ଛଡାଇ ନେଇଥିଲେ । ତେବେ କୌଶଳକ୍ରମେ ଡୋଳେଶ୍ୱର ଅନ୍ୟ ଏକ ଫୋନରୁ ତାଙ୍କ ସାଙ୍ଗଙ୍କୁ ଲୋକେଶନ ପଠାଇବା ସହ ତାଙ୍କୁ ଅପହରଣ କରାଯାଇଥିବା ନେଇ ସୂଚନା ଦେଇଥିଲେ । ମର୍କତନଗର ଥାନାରେ ଦୋଳେଶ୍ୱରଙ୍କ ସାଙ୍ଗ ଅଭିଯୋଗ କରିବା ପରେ ପୁଲିସ ଏସମ୍ପର୍କରେ ଭାପୁର ଫାଣ୍ଡିକୁ ଅବଗତ କରିଥିଲେ । ଭାପୁର ପୁଲିସ ଉକ୍ତ କାରକୁ ଠାବ କରିବା ସହ ଡୋଳେଶ୍ୱରଙ୍କୁ ଉଦ୍ଧାର କରିଥିଲେ । ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ପୁଲିସ ଗରିଫ କରିଛି ।