କନକ ବ୍ୟୁରୋ: ଦେବଗଡ଼ରୁ ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର । ବଡଗାଁ ନିକଟ ଏକ ପୋଲ ତଳୁ ଶିଶୁକନ୍ୟାକୁ ଉଦ୍ଧାର କରିଛି ପୋଲିସ । ପୋଲ ତଳେ କୁନିଝିଅକୁ ଅପହରଣକାରୀ ଛାଡ଼ି ପଳାଇଥିବା ସୂଚନା ରହିଛି । ଜଣେ ମହିଳା ଦେଖି ପୋଲିସକୁ ଏନେଇ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିଛି ।

Advertisment

ସୂଚନା ମୁତାବକ, ସୋମବାର ଦେବଗଡ଼ ମୁଖ୍ୟ ବଜାରରୁ ଆଈ କୋଳରୁ ନାତୁଣୀକୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ପଲସର ବାଇ୍ରେ ଆସି ଦୁଇଜଣ ଦୁର୍ବୃତ୍ତ ୬ ବର୍ଷର କୁନି ଝିଅକୁ ଅପହରଣ କରିନେଇଥିଲେ । ସିସିଟିଭି ଫୁଟେଜ୍ ଆଧାରରେ ଶିଶୁକନ୍ୟାକୁ ଉଦ୍ଧାର ପାଇ ତଦନ୍ତ ଚଳାଇଥିଲା ପୁଲିସ । ସୂଚନା ଅନୁସାରେ, ପୌରାଂଚଳ ମାର୍କେଟ୍ ଛକରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀ ଝିଅ ସଂଧ୍ୟାରେ ନିଜ ଆଈ ସହ ଟ୍ୟୁସନରୁ ଘରକୁ ଫେରୁଥିଲେ । ଏହି ୨ଜଣ ଦୁର୍ବୃତ୍ତ ଶିଶୁଟିକୁ ବାଇକରେ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ପରେ ଶିଶୁର ପରିବାର ଲୋକେ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସର ତନାଘନା ପରେ ମିଳିଛି କୁନିଝିଅ ପିହୁ ।