ଲଖିମପୁର ହିଂସାକାଣ୍ଡ ମାମଲା: ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ୩ଦିନିଆ ରିମାଣ୍ଡରେ ନେଲା ପୋଲିସ

67

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଉତରପ୍ରଦେଶ ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ୩ ଦିନିଆ ପୁଲିସ ରିମାଣ୍ଡରେ ପଠାଇଲେ କୋର୍ଟ । ଆଶିଷ ମିଶ୍ରଙ୍କୁ ୧୪ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏସଆଇଟି । ତେବେ ଏସଆଇଟିକୁ ଜେରା ପାଇଁ କୋର୍ଟ କେବଳ ୩ଦିନ ସମୟ ଦେଇଛନ୍ତି ।

ଆଜି ଭିଡିଓ କନଫେରେନ୍ସି ଜରିଆରେ ମାମଲାର ଶୁଣାଣୀ କରିଥିଲେ ଲଖିମପୁର ଖେରୀ ସିଜେଏମ କୋର୍ଟ । ଆଗାମୀ ୩ଦିନ ପର୍ଯ୍ୟନ୍ତ ଆଶିଷଙ୍କୁ ରିମାଣ୍ଡରେ ନେଇ ଜେରା କରିବ ଏସଆଇଟି । ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରକୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଏନେଇ ଲଖମିପୁର ଖେରୀ ସିଡିଜେଏମ କୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।