ପଞ୍ଜାବ ସୀମାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଅନକାଉଣ୍ଟର : ୨ଟି AK-୪୭ ରାଇଫଲ୍ ଓ ୨୨ ପ୍ୟାକେଟ୍ ଡ୍ରଗ୍ସ ଜବତ; ୨ ଭାରତୀୟଙ୍କ ସମ୍ପୃକ୍ତି ଥିବା ନେଇ ମାମଲା ରୁଜୁ

Advertisment
ପଞ୍ଜାବ ସୀମାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଅନକାଉଣ୍ଟର : ୨ଟି AK-୪୭ ରାଇଫଲ୍ ଓ ୨୨ ପ୍ୟାକେଟ୍ ଡ୍ରଗ୍ସ ଜବତ; ୨ ଭାରତୀୟଙ୍କ ସମ୍ପୃକ୍ତି ଥିବା ନେଇ ମାମଲା ରୁଜୁ

କନକ ବ୍ୟୁରୋ : ଅମୃତସର ଜିଲ୍ଲା ଅଞ୍ଜଲା ସବ୍‌ଡିଭିଜନ୍‌ ଅନ୍ତର୍ଗତ ଭାରତ-ପାକିସ୍ତାନ ସୀମାନ୍ତବର୍ତ୍ତୀ କାକ୍କର୍‌ ବର୍ଡର୍‌ ଆଉଟ୍‌ପୋଷ୍ଟ୍‍ ପାଖ କଣ୍ଟକିତ-ତାରବାଡ଼ ସେପଟରେ ଜଣେ ପାକିସ୍ତାନୀ ଚୋରାଚାଲାଣକାରୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେଠାରୁ ୨୨ କିଲୋ ହେରୋଇନ୍‌ ଏବଂ ୨ଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ କରାଯାଇଛି । ବର୍ଡର‌ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) ଏବଂ ଅମୃତସର ଗ୍ରାମୀଣ ପୁଲିସର ଏହି ମିଳିତ ଅଭିଯାନରେ ଏକେ ସିରିଜ୍‌ର ୪ଟି ମାଗାଜିନ୍‌, ଗୋଟିଏ ମୋବାଇଲ୍‌ ଫୋନ୍‌ ଏବଂ ଏକ ପ୍ଲାଷ୍ଟିକ୍‌ ପାଇପ୍‌ ଉଦ୍ଧାର କରାଯାଇଛି । ଏହି ପାଇପ୍‌ ମଧ୍ୟ ଦେଇ ଚୋରା ଚାଲାଣକାରୀମାନେ ବାଡ଼ ଏପାଖକୁ ସାମଗ୍ରୀଗୁଡ଼ିକୁ ପଠାନ୍ତି ।

ପାକିସ୍ତାନୀ ପ୍ରତିପକ୍ଷଙ୍କ ଜରିଆରେ ଆସୁଥିବା ଏହି ଚୋରା ସାମଗ୍ରୀଗୁଡ଼ିକ ପାଇବାରେ ସହାୟତା କରୁଥିବା ଦୁଇଜଣ ଭାରତୀୟ ନାଗରିକଙ୍କୁ ମଧ୍ୟ ପୁଲିସ ଚିହ୍ନଟ କରିଛି। ସେମାନେ ହେଉଛନ୍ତି ଗୁରଦାସପୁର ଜିଲ୍ଲା ଅନ୍ତର୍ଗତ ଗତ୍ତି ରାଜୋକ ଗାଁ’ର ଜଗଦୀଶ ଭୁରା ଏବଂ ଯଶପାଲ୍‌ ସିଂହ। ପୁଲିସ କହିବା ଅନୁସାରେ, ସମ୍ପ୍ରତି ବେଲ୍‌ଜିଅମ୍‌ରେ ବାସ କରୁଥିବା ଭୁରା ଭାରତରେ ଚାଲିଥିବା ଆଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ। ଦୁହେଁ ପାକିସ୍ତାନର ‘ଆଇଏସ୍‌ଆଇ’ ସହ ସମ୍ପର୍କ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe