କନକ ବ୍ୟୁରୋ : ଗଞ୍ଜେଇ ବୋଝେଇ ଗାଡିରେ ବୋମା । ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସମ୍ବଲପୁର ଖିଣ୍ଡା ଛକରେ ଧରାପଡିଲା । ଯାଞ୍ଚ ବେଳେ କାରରୁ ବୋମା ସହ ଏହି ଗଞ୍ଜେଇ ସହ ବୋମା ଜବତ କରିଛି ଠେଲକୁଲି ପୁଲିସ । ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପୁଲିସ ଜାଣିବାକୁ ପାଇଥିବା ବେଳେ ଏନେଇ ଧରପଗଡ ଆରମ୍ଭ କରିଥିଲା । ରାସ୍ତାରେ ଗାଡି ଅଟକାଇ ଯାଞ୍ଚ କରୁଥିବା ବେଳେ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ଧରାପଡିଛି । ତା ସହିତ ଗାଡି ଭିତରୁ ୪ଟି ଅଫୁଟା ବୋମା ପୁଲିସ ଉଦ୍ଧାର କରିଛି ।