କନକ ବ୍ୟୁରୋ: ଏସଡିଏମ୍ ଜ୍ୟୋତି ମୌର୍ଯ୍ୟକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ଅନେକ ବାଦବିବାଦ ପରେ ଏବେ ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜ୍ୟୋତି ମୌର୍ଯ୍ୟ । ପୁଲିସରେ ମାମଲା ଦାଏର ପରେ ଏବେ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ବୟାନ ରେକର୍ଡ କରିବ ପୁଲିସ ।

Advertisment

ଏବେ ସୋସିଆଲ ମିଡିଆରେ ସବଡିଭିଜନାଲ ମାଜିଷ୍ଟ୍ରେଟ୍ ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ସ୍ୱାମୀ ଆଲୋକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଲୋକେ ତାଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବାବେଳେ ରିଲ୍ସ ବନାଉଛନ୍ତି । ଏହା ଭିତରେ ସ୍ୱାମୀ ଆଲୋକଙ୍କ ବିରୋଧରେ ପୟାଗରାଜ ଧୁମନଗଞ୍ଜ ଥାନାରେ ଫେରାଦ ହୋଇଛନ୍ତି ଜ୍ୟୋତି । ସ୍ୱାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପୁଲିସ ଏବେ ଅଭିଯୋଗର ସତ୍ୟତା ପ୍ରମାଣ କରିବାକୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ କହିଛି ।

ଜ୍ୟୋତି ମୌର୍ଯ୍ୟଙ୍କ ଅଭିଯୋଗ ମୁତାବକ, ଶାଶୁଘର ଲୋକେ ତାଙ୍କୁ ଏକ ଫର୍ଚୁନର କାର ପାଇଁ ଦାବି କରୁଥିଲେ । ଏହା ସହ ତାଙ୍କ ଉପରେ ନାନାଦି ନିର୍ଯାତନା କରୁଥିଲେ । ତାଙ୍କ ହ୍ୱାଟ୍ସଆପ୍ କ୍ଲୋନ୍ ବନାଇବା ସହ ମୋବାଇଲରେ ତାଙ୍କ ଅଶ୍ଳିଳ ଭିଡିଓ ବନାଇ ତାଙ୍କୁ ବ୍ଲାକମେଲ କରୁଥିଲେ ।

ଅନ୍ୟପଟେ ଜ୍ୟୋତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସ୍ୱାମୀ ଓ ଶ୍ୱଶୁର । ବିବାହ ବେଳେ । ବିବାହ ବେଳେ ଜ୍ୟୋତି କିଛି କରୁନଥିଲେ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ତାଙ୍କ ପାଇଁ ସ୍ୱାମୀ ଅନେକ କଷ୍ଟ ସହିଥିଲେ ବି ସଫଳତା ପରେ ସମସ୍ତଙ୍କୁ ଜ୍ୟୋତି ଭୁଲିଯାଇଥିବା ଅଭିଯୋଗ ଆଣିଥିଲେ ଆଲୋକ ମୌର୍ଯ୍ୟ ।