ପାର୍ସଲ ବୋମା ବିସ୍ଫୋରଣର ରହସ୍ୟ କହିଲେ ରିମା ! ବିସ୍ଫୋରଣ ପୂର୍ବରୁ କ’ଣ ହୋଇଥିଲା, କିଭଳି ଫୁଟିଥିଲା ପାର୍ସଲ, ପୁଲିସ ଆଗରେ ବଖାଣିଲେ ପୂରା ଘଟଣା

49

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ରିମା ସାହୁ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୋଲିସକୁ ପ୍ରଶ୍ନ କରିଛନ୍ତି । ବୟାନ ରେକର୍ଡ ସମୟରେ ପ୍ରଥମରୁ ହିଁ ଏହି ନବବିବାହିତା ପୋଲିସକୁ ପଚାରିଥିଲେ ଯେ, ତାଙ୍କ ସ୍ୱାମୀ କେମିତି ଅଛନ୍ତି । ପୋଲିସ ଏହି ପ୍ରଶ୍ନକୁ ଏଡାଇ ଯାଇ ପାର୍ସଲ ବୋମା କିଏ ପଠାଇ ଥାଇପାରନ୍ତି ସେନେଇ ପ୍ରଶ୍ନ କରିଥିଲା । ବୋମା ବିସ୍ଫୋରଣ ପୂର୍ବରୁ କଣ ଘଟିଥିଲା ଓ ସେନେଇ ପୋଲିସକୁ ରିମା କଣ କହିଛନ୍ତି ସେ ବାବଦରେ ପୋଲିସ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ।

ମୃତ୍ୟୁର ଆୟୁଧ ହୋଇ ଆସିଥିବା ପାର୍ସଲ୍, ଯାହା ଦୁଇ ଜଣଙ୍କ ଜୀବନ ନେଇଗଲା, ଆଉ ଜଣକୁ ଜୀବନ ଯୁଦ୍ଧରେ ସଂଗ୍ରାମ କରିବାକୁ ଛାଡ଼ି ଦେଇଗଲା । ସେହି ପାଟଣାଗଡ଼ରେ ପାର୍ଲସ୍ ବେମା ବିସ୍ଫୋରଣ ଘଟଣାରେ ନବବଧୂଙ୍କ ବୟାନ୍ ରେକର୍ଡ କରିଛି ପୁଲିସ୍ ।ବିସ୍ଫୋରଣ ପୂର୍ବରୁ ସେଦିନ ଘଟିଥିଲା କ’ଣ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କ’ଣ ହୋଇଥିଲା କଥାବାର୍ତା ?କିଛି ଏହି ଭଳି ଢ଼ଙ୍ଗରେ ଆହତ ନବବଧୂ ରୀମା ସାହୁଙ୍କ ବୟାନ୍ ରେକର୍ଡ କରିଛି ପୁଲିସ । ହସ୍ପିଟାଲ ବେଡରେ ଶୋଇ ରହିଥିଲେ ରୀମା, ଆଉ ପୁଲିସ୍ ଜାଣିବାକୁ ଚାହିିଁଥିଲା ପୁରା ଘଟଣା ।ରୀମାଙ୍କୁ ବିସ୍ପୋରଣ ଘଟଣା ବିଷୟରେ ପଚାରିବାରୁ ସେ ପୋଲିସ ପଚାରିଥିଲେ ତାଙ୍କ ସ୍ୱାମୀ ଶେଖର କେମିତି ଅଛନ୍ତି । କିନ୍ତୁ ରୀମା ଏଯାଏଁ ଜାଣି ନାହାଁନ୍ତି ତାଙ୍କ ସ୍ୱାମୀ ଆଉ ଏ ଦୁନିଆରେ ଆଉ ନାହାଁନ୍ତି । ହସ୍ପିଟାଲ ବେଡରେ ଥାଇ ସୁଦ୍ଧା ରୀମା ଖୋଜୁଛନ୍ତି ତାଙ୍କ ଜୀବନସାଥୀଙ୍କୁ ।

blastଏହାବାଦ ଶେଖରଙ୍କ ବ୍ୟକ୍ତିଗତ ଜୀବନରେ ପୋଲିସ ପଚାରିବାରୁ ରୀମା କହିଥିଲେ, ଏ ବାବଦରେ କଥା ହେବା ପାଇଁ ସେ ସମୟ ପାଇ ନଥିଲେ । ତେବେ ରାୟପୁରରେ ପାର୍ସଲ ଆସିଥିବା ନେଇ ସ୍ପଷ୍ଟ କରିଥିଲେ ରୀମା । ମୃତ୍ୟୁର ଉପହାର ଆସିବା ପଛରେ ପ୍ରେମ ସଂପର୍କ ଥିବା ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ଏହି ଘଟଣାରେ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ବଲାଙ୍ଗିର ପୁଲିସ । ଉଭୟ ରୀମା ଏବଂ ସୌମ୍ୟଶେଖରଙ୍କ କଲ ରେକର୍ଡ ମଧ୍ୟ ଯାଂଚ୍ କରିଛି ।

ସେହିପରି ପାର୍ସଲ ଆସିଥିବା ରାୟପୁର ଏବଂ ସୌମ୍ୟଶେଖର ଚାକିରି କରୁଥିବା ବାଙ୍ଗାଲୋର ଯାଇ ମଧ୍ୟ ପୁଲିସ୍ ଛାନଭିନ୍ ଜାରି ରହିଛି । ଆଉ ଘଟଣା ଉପରୁ ପରଦା ହଟାଇବା ପାଇଁ ୩ଟି ଟିମ୍ ଗଠନ କରି ତଦନ୍ତ କରିଛି ବଲାଙ୍ଗୀର ପୁଲିସ । ଏସବୁ ଭିତରେ ପୁରା ଘଟଣାରେ ପ୍ରେମ ସଂପର୍କ ଲିଙ୍କ୍ ନେଇ ଆସୁଥିବା ସନ୍ଦେହ ଘଟଣାର ମୋଡକୁ ବଦଳାଇ ଦେଇଛି । କିଏ ସେ ତୃତୀୟ ବ୍ୟକ୍ତି ? କିଏ ରଚିଥିଲେ ମୃତ୍ୟୁର ଷଡଯନ୍ତ୍ର? ଏହା ଉପରୁ ପରଦା ହଟାଇବା ବର୍ତମାନ ପାଇଁ ପୁଲିସ ପାଇଁ ଏକ ବଡ ଆହ୍ୱାନ୍ ।