ଖୋଲିବ କିଡନୀ କେଳେଙ୍କାରୀ । ୩ ଦିନିଆ ରିମାଣ୍ଡ ପାଇଁ କମିଶନରେଟ୍ ପୋଲିସକୁ ମିଳିଲା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ।

161

କନକ ବ୍ୟୁରୋ : ଖୋଲିବ କିଡନୀ ରାକେଟର ଗୁମର । କିଡନୀ ରାକେଟରେ ଗିରଫ ଠକ ହିମାଂଶୁ ନନ୍ଦଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସ ମାଗିଥିବା ରିମାଣ୍ଡକୁ ଏସଡିଜିଏମ କୋର୍ଟ ମଞ୍ଜୁର କରିଛନ୍ତି । ଆସନ୍ତାକାଲି ଠାରୁ କିଡନୀ ଠକ ହିମାଂଶୁଙ୍କୁ ରିମାଣ୍ଡରେ ଆଣି ଏହି ରାକେଟ ପଛରେ କିଏ କିଏ ଅଛନ୍ତି, କିଡନୀ ରାକେଟର ଚେର କେତେ ବାଟ ରହିଛି ଅଧିକ ଖୋଳତାଡ କରାଯିବ ବୋଲି ସୂଚନା ଦେଇଛନ୍ତି ସିପି ।

ନା ହିମାଂଶୁ ନନ୍ଦ । ବୟସ ୨୫ । ଘର କେନ୍ଦ୍ରାପଡା ଜିଲ୍ଲାର ଖଣ୍ଡପଡା । ଦେଖିବାକୁ ବେଶ ଭୋଲାଭାଲା ଆଉ ସାଦାସିଧା ଦେଖାଯାଉଥିବା ଏହି ଠକର କାହାଣୀ ଶୁଣିଲେ ଆପାଣ ତାଜୁବ ହୋଇଯିବେ । ଯେତେବେଳେ କୌଣସି ଲୋକ କିଡନୀ ରୋଗରେ ପୀଡିତ ହେବା ପରେ ତା ପରିବାର ଅସହାୟ ହୋଇପଡେ, ସେ ସମୟରେ ଏହାର ଫାଇଦା ଉଠାଇଥାଏ ଏହି ଠକ ଧୁରନ୍ଦର ।

ଅଶୋକ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ କିଡନୀ ପ୍ରତିରୋପଣ କରିବ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଅଶୋକଙ୍କର ଏକ ଘରୋଇ ହସପିଟାଲରେ ଡାଏଲିସିସ ଚାଲିଥିବାବେଳେ ତାଙ୍କୁ ଟାର୍ଗେଟ ବନାଇଥିଲା ଏହି ଠକ । ହେଲେ ଏହା ପଛରେ ଏକ ରାକେଟ କାମ କରୁଥିବା ଅଭିଯୋଗ କରିଛନ୍ତି ଅଶୋକ । କିଡନୀ ପ୍ରତିରୋପଣ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ ଡୋନର , ଡାକ୍ତର , ଘରୋଇ ହସପିଟାଲ ସମେତ ୫ରୁ ଅଧିକ ଲୋକଙ୍କ ସହ ସମ୍ପର୍କରେ ଆସିଥିଲେ ଅଶୋକ । ତେବେ କିଡନୀ ପ୍ରତିରୋପଣ କରିବାର ଜାଲ କାଗଜପତ୍ର ମିଛ ପ୍ରତିଶ୍ରୃତି ଆଉ ଓଟି ରୁମର ମିଛ ପ୍ରଲୋଭନ ଦେଖାଇ ଲୁଟି ଚାଲିଥାଏ ଲକ୍ଷ ଲକ୍ଷ ଟଙ୍କା ।