କନକ ବ୍ୟୁରୋ : ଜଣେ ଅଭିଯୁକ୍ତର ଚକିତ କରିଦେବା ଭଳି କାର୍ଯ୍ୟ ପରେ ବିହାର ବୈଶାଳି ଜିଲ୍ଲାର ପୋଲିସ ଅଭିଯୁକ୍ତର ଘରେ ଢୋଲ ନଗଡା ସହ ପହଞ୍ଚିଥିଲା । ପୋଲିସ ସେଠାରେ ପହଂଚି ଅଭିଯୁକ୍ତର ଘର ଆଗରେ ଢୋଲ ବଜାଇଥିଲା, ଅଭିଯୁକ୍ତକୁ ଆତ୍ମସମର୍ପଣ କରିବାକୁ ଡାକରା ଦେଇଥିଲା ଓ ତା’ର କାନ୍ଥରେ ନୋଟିସ ଲଗାଇଥିଲା ।
ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ବୈଶାଳି ଜିଲ୍ଲାର ମହୁଆ ଠାରେ । ପୋଲିସ ସୂଚନା ମୁତାବକ ୨୦୨୦ ମସିହା ନଭେମ୍ବର ମାସରେ ଏଠାରେ ଜଣେ ଲୋକ ଜଣେ ନାବାଳିକାକୁ ଧର୍ଷଣ କରିବା ପରେ ଅଶ୍ଳୀଳ ଭିଡିଓକୁ ସୁଟିଂ କରିଥିଲା । ଏହାପରେ ଭିଡିଓକୁ ଭାଇରାଲ କରିଦେବାର ଭୟ ଦେଖାଇ ନାବାଳିକାର ପରିବାର ଲୋକଙ୍କୁ ୧୦ ହଜାର ଟଙ୍କା ମାଗିଥିଲା । ନାବାଳିକାର ପରିବାର ଲୋକେ ଟଙ୍କା ନଦେବାରୁ ଅଭିଯୁକ୍ତ ଜଣଙ୍କ ଭିଡିଓଟିକୁ ଭାଇରାଲ କରିଦେଇଥିଲା । ଏହାକୁ ନେଇ ପୀଡିତ ପରିବାର ମହୁଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ପୋକସୋ ଆଇନ ଅଧିନରେ ମାମଲା ରୁଜୁ କରିଥିଲା ।
ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ବେଳକୁ ଅଭିଯୁକ୍ତ ଜଣଙ୍କ ଫେରାର୍ ହୋଇଯାଇଥିଲା । ଏହାପରେ ପୋଲିସ ବାରମ୍ବାର ଅଭିଯୁକ୍ତର ଘରକୁ ଢୋଲ ବଜେଇ ଯାଉଥିଲା ଓ ଅଭିଯୁକ୍ତର କାନ୍ଥରେ ନୋଟିସ ଲଗାଇ ଆସୁଥିଲା । ପୋଲିସ ଏଭଳି ବାରମ୍ବାର କରୁଥିଲେ ବି ଅଭିଯୁକ୍ତ ଜଣଙ୍କ ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହିଁ କି ପୋଲିସ ତାକୁ ଧରିବାକୁ ସକ୍ଷମ ହୋଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/18-7.jpg)