ଦୁଷ୍କର୍ମ ପୀଡିତା ପୋଲିସକୁ ମାଗିବାକୁ ଯାଇଥିଲେ ନ୍ୟାୟ : ହେଲେ ପୋଲିସ ପୁଣି ଥରେ ପୀଡିତାଙ୍କୁ କଲା ଦୁଷ୍କର୍ମ

Advertisment
ଉତର ପ୍ରଦେଶର ଉନ୍ନାଓରେ ସାଂଘାତିକ ଘଟଣା । ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଦୁର୍ବୃତଙ୍କ ଉଦ୍ୟମ, ଲକ୍ଷ୍ନୌରୁ ଦିଲ୍ଲୀ ସ୍ଥାନାନ୍ତର ହେଲେ ପିଡିତା

କନକ ବ୍ୟୁରୋ : ସାରା ଦେଶରେ ବର୍ତମାନ ବଢିବାରେ ଲାଗିଛି ଦୁଷ୍କର୍ମ ଭଳି ମାମଲା । ପ୍ରତ୍ୟେକ ସମୟରେ ଦେଶରେ କେଉଁଠାରେ ନା କେଉଁଠାରେ ଏପରି ମାମଲା ହେଉଛି । ତେବେ ମିଳିଥିବା ସୂଚନା ଅନୁସାରେ ଦେଶରେ ପ୍ରତ୍ୟେକ ଦିନ ୫ ରୁ ଅଧିକ ମାମଲା ଋୁଜୁ ହେଉଛି । ମହାରାଷ୍ଟ୍ରରେ ଘଟିଥିବା ଏକ ଘଟଣା ସାରା ଦେଶକୁ ଦୋହଲାଇ ଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ଜଣେ ପୁଲିସ ଦୁଷ୍କର୍ମ ପୀଡ଼ିତାଙ୍କୁ ଦୁଷ୍କର୍ମ କରି ଫେରାର୍ ହୋଇ ଯାଇଛନ୍ତି।

publive-imageକୋନଗାଓଁ ଥାନାର ରୋହନ ଗଂଜେଇ ନାମକ ଜଣେ ପୁଲିସ ଗତ ଏକବର୍ଷ ହେବ ଜଣେ ୨୬ ବର୍ଷୀୟା ଦୁଷ୍କର୍ମ ପୀଡ଼ିତାଙ୍କ ମାମଲାର ତଦନ୍ତ କରୁଥିବାବେଳେ ସେ ନିଜେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ରୋହନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କିନ୍ତୁ ରୋହନ ଏବେ ଫେରାର୍ ଅଛନ୍ତି। ସୂଚନାନୁଯାୟୀ, ଦୁଷ୍କର୍ମ ପୀଡ଼ିତାଙ୍କ ଏଫଆଇଆରରେ ପୁଲିସ ଜାଣିଶୁଣି ତାଙ୍କ ବୟଫ୍ରେଣ୍ଡଙ୍କ ନାମ ରଖିଥିଲା। ତେବେ ପୀଡ଼ିତା ତାଙ୍କ ବୟଫ୍ରେଣ୍ଡଙ୍କ ନାମ ହଟାଇବାକୁ ଚାହିବାରୁ ପୁଲିସ ତାଙ୍କୁ ବ୍ଲାକମେଲ୍ ଆରମ୍ଭ କରିଥିଲା ଏବଂ ଦୁଷ୍କର୍ମ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe