କନକ ବ୍ୟୁରୋ: ପ୍ରଶ୍ନପତ୍ର ଡିଲ୍ ବେଳେ ମାଡି ବସିଲା ପୋଲିସ । ଜଳେଶ୍ୱରରେ କମ୍ବାଇନ୍ଡ ଗ୍ରାଜୁଏଟ୍ ଲେଭଲ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଡିଲ୍ ବେଳେ ମାଡି ବସିଲା ବାଲେଶ୍ୱର ସାଇବର ପୋଲିସ । ସାଇବର ପୋଲିସ ଓ ତାଳସୀରରେ ମେରାଇନ୍ ପୋଲିସର ୨୦ ଜଣିଆ ଟିମ୍ ଦୀଘାର ଏକ ଘରୋଇ ହୋଟେଲରେ ଚଢାଉ କରିଥିଲା । ଚଢାଉ ବେଳେ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଅଟକ ରଖାଯାଇଛି । ୪୦ ଜଣ ପରୀକ୍ଷାର୍ଥୀଙ୍କୁ ମଧ୍ୟ ଅଟକ ରଖାଯାଇଥିବା ଜଣାପଡ଼ିଛି । ଏହା ସହ ଚାରିଟି କାର, ଗୋଟିଏ ବସ୍, ଦୁଇଟି ମିନି ବସ୍ ଜବତ କରିଛି ପୋଲିସ ।