କନକ ବ୍ୟୁରୋ : ବ୍ରହ୍ମପୁରର ୨ଟି ନକଲି ଇଞ୍ଜିନ୍ ଅଏଲ କାରଖାନାରେ ପୋଲିସର ଚଢାଉ । ଗୋଳନ୍ଥରା ଥାନା ଓ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଏହି ନକଲି ଇଞ୍ଜିନ୍ ଅଏଲ କାରଖାନାରେ ଚଢାଉ କରାଯାଇଥିଲା । ପୋଲିସ ବିପୁଳ ପରିମାଣର ନକଲି ଇଞ୍ଜିନ୍ ଅଏଲ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖି ତଦନ୍ତି ଚଳାଇଛି । ଗୋଳନ୍ଥରା ହଳଦିଆପଦରରେ ଗୋଟିଏ ନକଲି ଇଞ୍ଜିନ୍ ଅଏଲ କାରଖାନା ଚାଲିଥିଲା ।
ଗୋଟିଏ ଭଡ଼ା ଘର ନେଇ ନାମୀଦାମୀ କମ୍ପାନୀର ଲେବୁଲ ଲଗାଇ ଆନ୍ଧ୍ର ପ୍ରଦେଶ ଓ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ସେହିପରି ସୁକୁଣ୍ଡା ରାସ୍ତା ଉତ୍ତରାମୁଖୀ ସାହିରେ ଆଉ ଏକ ନକଲି ଇଞ୍ଜିନ୍ ଅଏଲ କାରଖାନା ଚାଲିଥିଲା । ସେଠାରୁ ବିପୁଳ ପରିମାଣର ଠିପି, ଷ୍ଟିକର, ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଉଭୟ ସ୍ଥାନରେ ନକଲି କାରବାରରେ ସଂପୃକ୍ତ ବେପାରୀ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବାକୁ ଏବେ ପୋଲିସ ଜାଲ ବିଛାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/4-5.jpg)