କନକ ବ୍ୟୁରୋ: କଟକ ବାଦାମବାଡ଼ି ଥାନା ପୋଲିସ ଭି ବଜାର ସପିଂ ମଲରେ ଚଢାଉ କରିଛି। ଚଢ଼ାଉ ସମୟରେ ବହୁ ପରିମାଣର ଏକ୍ସପାରୀ ଜିନିଷ ଜବତ କରିଛି ପୋଲିସ । ଜଣେ ଗ୍ରାହକଙ୍କ ଅଭିଯୋଗ ଆଧାରରେ ପୋଲିସ ମଲରେ ଚଢାଉ କରିଛି । ଏଥିରେ ନାମୀଦାମୀ ବ୍ରାଣ୍ଡର ବିସ୍କୁଟ, କାଜୁ, ମିଶ୍ଚର୍ ଓ ଅନ୍ୟାନ୍ୟ ଜିନିଷ ରହିଛି । ତେବେ ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଯେଉଁ ସବୁ ଜିନିଷ ଗୁଡ଼ିକର ଏକ୍ସପାରୀ ସରି ଆସିବାକୁ ଖୁବ୍ ଅଳ୍ପ ଦିନ ରହିଥିଲା ସେଗୁଡିକୁ ଲିକୁଇଡ୍ ସ୍ପ୍ରେ କରି ତାକୁ ଲିଭାଯାଇ ପୁଣି ନୂଆ କରି ଷ୍ଟାମ୍ପ କରାଯାଉଥିଲା ଅର୍ଥାତ୍ ପ୍ୟାକେଟ ଭିତରେ ଥିବା ଜିନିଷ ଏକ୍ସପାରୀ କରିସାରିଛି ହେଲେ ଗ୍ରାହକ କିନ୍ତୁ ପ୍ୟାକେଟ ଉପରେ ତାରିଖ ଦେଖି ଏହା ଜାଣିପାରିବ ନାହିଁ ତେଣୁ ଡିସକାଉଣ୍ଟରେ ଆକର୍ଷିତ ହୋଇ ଏହି ଜିନିଷ କିଣିବ।
ପୋଲିସ ଏହି ବିପୁଳ ପରିମାଣର ଜିନିଷ ଜବତ କରିବା ପରେ ଫୁଡ୍ ସେଫ୍ଟି ଅଫିସରଙ୍କୁ ଘଟଣାସ୍ଥଳକୁ ଆସିବାକୁ ସୂଚନା ଦେଇଛି । ଆବଶ୍ୟକ ପଡିଲେ ମଲ ସିଲ୍ କରାଯାଇପାରେ ବୋଲି କମିଶନରେଟ ପୋଲିସ ଏସସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ତେବେ ଘଟଣାରେ ସପିଂ ମଲର ଜଣେ ଅଧିକାରୀ କହିଛନ୍ତି ଆମେ ଏକ୍ସପାରୀ ଜିନିଷ ପ୍ୟାକେଟ ଉପରୁ ଡେଟ୍ ଲିଭାଇ ତାକୁ ଡିସକାଉଣ୍ଟରେ ବିକୁଥିଲୁ ।
Follow Us