କୁମାର ପୂର୍ଣ୍ଣମାରେ ବଢିଛି ଜୁୁଆର ଆସର । ୬ଟି ଜୁଆ ଆଡା ଉପରେ ଚଢାଉ କରି ୩୬ ଜୁଆଡିଙ୍କୁ ଗିରଫ କଲା ପୋଲିସ

404

କନକ ବ୍ୟୁରୋ: କୁମାର ପୂର୍ଣ୍ଣିମା ପାଇଁ ଗଂଜାମରେ ଜମିଲାଣି ଜୁଆ ଆସର । ଜୁଆ ଖେଳକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଗଂଜାମ ପୋଲିସ । ଗତ ୨୪ ଘଂଟାରେ ୬ଟି ଜୁଆଆଡା ୩୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ । ମୋବାଇଲ ଓ ବାଇକ ସହ ୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ।

ଦିଗପହଣ୍ଡି କେ.ନୂଆଗାଁ ଥାନା ଚୌଧୁରୀ ଟିକରପଡ଼ା ଗାଁରେ ପୋଲିସ ଜୁଆଡ଼ିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ପୋଲିସ ଗାଡ଼ି ଭାଙ୍ଗି ଚମ୍ପଟ ମାରିଥିଲେ ଜୁଆଡ଼ି । ଟିକରପଡ଼ା ବଡ଼ସାହି କଲ୍ୟାଣ ମଣ୍ଡପରେ ଜୁଆଖେଳ ଚାଲିଥିବା ବେଳେ ଅଚାନକ ପୋଲିସ ଚଢ଼ାଉ କରିଥିଲା । କିଛି ଜୁଆଡ଼ିଙ୍କୁ ପୋଲିସ କାବୁ କରି ଥାନା ଗାଡ଼ିରେ ନେବା ପାଇଁ ଉଦ୍ୟମ କରୁଥିବା ବେଳେ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲା । ଜୁଆଡ଼ିଙ୍କ ଟେକାପଥର ମାଡ଼ରେ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏପରିକି ପୋଲିସ ଗାଡ଼ି ମଧ୍ୟ ଭାଙ୍ଗଦେଇଥିଲେ ଜୁଆଡ଼ି ।