କନକ ବ୍ୟୁରୋ : ଜନପଥରେ ଥିବା ସୋଲାନ ଇନ ବାରରେ ବୁଧବାର ରାତିରେ ପୁଲିସ ରେଡ କରି ୭ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ବୁଧବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାରରେ ଡ୍ୟାନ୍ସ ଚାଲୁଥିବା ଖବର ପାଇଁ ଖାରବେଳନଗର ଥାନା ଚଢ଼ଉ କରିଥିଲା ।
ସୋଲାନ ଇନ ବାର ଲାଇସେନ୍ସ କଣ୍ଡିସନ ଉଲଂଘନ କରି ଏଭଳି ବେଆଇନ ବାରଡ୍ୟାନ୍ସ ଚଲାଉଥିବା ଜଣାପଡିଛି । ତେବେ ପୁଲିସ ବାର ଭିତରୁ ୭ ଜଣ ଯୁବତୀଙ୍କୁ ଡ୍ୟାନ୍ସ କରୁଥିବା ସମୟରେ ରେଡ କରି ଥାନାକୁ ଆଣି ପଚରାଉଚରା କରି ଛାଡିଦେଇଛି । ସମସ୍ତ ଯୁବତୀ ପଶ୍ଚିମବଙ୍ଗର ହୋଇଥିବା ପୁଲିସ ସୂଚନା ଦେଇଛି । ଘଟଣାକୁ ନେଇ ପୁଲିସ ଅନୁସଂନ୍ଧାନ ଜାରି ରଖିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/IMG-20161006-WA0004.jpg)