କନକ ବ୍ୟୁରୋ : ଜେଲ ଭିତରେ ଗଞ୍ଜେଇ କାରବାର । ଜୟପୁର ଉପକାରାଗାର ଉପରେ ପୋଲିସର ଚଢାଉ । ଜେଲ ଭିତରେ ଗଞ୍ଜେଇ କାରବାର ଚାଲିଥିବା ସନ୍ଦେହ କରି ଏହି ଚଢାଉ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ୪ଟାରୁ ଏହି ଚଢାଉ ଆରମ୍ଭ ହୋଇଛି । କୋରାପୁଟରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏସପିଙ୍କ ସମେତ ଜୟପୁରର ବହୁ ପୋଲିସ ଅଧିକାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି । ଜେଲ ଭିତରେ ବଡଧରଣ ଗଞ୍ଜେଇ କାରବାର ନେଇ ପୋଲିସକୁ ସୂଚନା ମିଲିଥିଲା । ଏହାପରେ ପୋଲିସ ଛାନଭିନ ଚଳାଇଛି । ବାହାରକୁ ବାହାରିବା ପରେ ପୁରା ଘଟଣା ଜଣାପଡିବା ଆଶା କରାଯାଉଛି । ଯଦି ଏହି ଘଟଣା ସତ ହୁଏ ତେବେ ସମାଜକୁ ଏକ ଖରାପ ବାର୍ତ୍ତା ଯିବ । ଅପରାଧ କଲେ ଯେଉଁଠି ସଜା କଟିବା ପାଇଁ ଅପରାଧୀଙ୍କୁ ରଖାଯାଏ । ସେଠାରେ ଗଞ୍ଜେଇ କାରବାର ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/4-20.jpg)