ନକଲି ଲୁଣ ଗୋଦାମରେ ଚଢାଉ: ହଂସପାଳ ନିକଟ ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ କଲା ପାହଳ ପୋଲିସ

351

କନକ ବ୍ୟୁରୋ: ନକଲି ଲୁଣ ଗୋଦାମରେ ଚଢାଉ । ଭୁବନେଶ୍ୱର ଉପକଣ୍ଠ ହଂସପାଳ ନିକଟ ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ କଲା ପାହଳ ପୋଲିସ । ଲୋକପ୍ରିୟ ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ଗୋଦାମ୍ ଉପରେ ଚଢାଉ କରି ନକଲି ସାମଗ୍ରୀକୁ ଜବଲ କରିଛି ପୋଲିସ । ପ୍ରସିଦ୍ଧ କମ୍ପାନୀ ନାଁରେ ନକଲି ଲୁଣ, ଡିଟରଜେଂଟ୍ ଆଦି ପ୍ରସ୍ତୁତ ହେଉଥିବାର ଖବର ପୋଲିସ ପାଖରେ ପହଁଚିବା ପରେ ପୋଲିସ ଚଢାଉ କରିଥିଲା ।