ଗ୍ୟାଙ୍ଗଷ୍ଟର-ଗୁଳି: ଭାୟା କେୟାର ଟେକର । ଜେଲରେ ଅଛନ୍ତି ଧଳସାମନ୍ତ ବ୍ରଦର୍ସ । ଅପରାଧର ସାମ୍ରାଜ୍ୟ ବଢାଇବାକୁ କେୟାର ଟେକର ସାଜିଛି ମାଧ୍ୟମ ?

234

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଘରେ ବଡ ରେଡ୍ । ଚଢାଉ ବେଳେ ସାମ୍ନାକୁ ଆସିଲା ବଡ ତଥ୍ୟ । ଗ୍ୟାଙ୍ଗଷ୍ଟର ଘରୁ ମିଳିଥିବା ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ପଛରେ ରହିଛି ବଡ ଗୁମର । ଡି- ବ୍ରଦର୍ସଙ୍କ କେୟାର ଟେକର ସାଜିଥିଲା ସୁତ୍ରଧର । ମାରଣାସ୍ତ୍ର ସହ ବନ୍ଧୁକ ଯୋଗାଉଥିଲା କେୟାର ଟେକର । ତେବେ ଜବତ ସାମଗ୍ରୀ ଓ ଅଭିଯୁକ୍ତ ବାବଦରେ ଆଜି ପୋଲିସ ଦେଇପରେ ପୂରା ତଥ୍ୟ ।

ସେପଟେ ଆଜି ବି ଜାରି ରହିଛି ଧଳସାମନ୍ତ ଘରେ ରେଡ୍ । ୨ୟ ଦିନରେ ବି ପୋଲିସ ପକ୍ଷରୁ ସର୍ଚ୍ଚ ଚାଲିଛି । ଖାନତଲାସ ବେଳେ ଏତେ ଅସ୍ତ୍ରଶସ୍ତ୍ର ଦେଖି ମୂଳ ଖୋଜିଥିଲା ପୋଲିସ । ଆଉ କେରୟାଟେକର ହିଁ ଥିଲା ମାରଣାସ୍ତ୍ର ବାହକ ବୋଲି ସ୍ପଷ୍ଟ ହୋଇଛି ପୋଲିସ ।

ତେବେ କଟକ ସିଡିଏ ସ୍ଥିତ ଧଳସାମନ୍ତ ବ୍ରଦର୍ସଙ୍କ ଘରେ କାଲିଠୁ ପୋଲିସର ଚଢଉ ଜାରି ରଖିଛି । ବନ୍ଧୁକ ଗୁଳି ମାରଣାସ୍ତ୍ର ଜବତ ହୋଇଛି । ପୋଲିସ ପୂର୍ବରୁ ଡି ବ୍ରଦର୍ସଙ୍କ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଥିଲା । ଜେରା ବେଳେ ମିଳିଥିବା କିଛି ତଥ୍ୟ ଆଧାରରେ ପୋଲିସ ଏହି ଚଢଉ କରିଥିବା ଜଣାପଡିଛି । ଏକାସଙ୍ଗେ ୫ଟି ଥାନାର ଥାନା ଅଧିକାରୀ ଓ କଟକ ଡିସିପି ରେଡ୍ରେ ସାମିଲ ହୋଇଥିଲେ ।

ଚଢ଼ାଉ ସମୟରେ ଘରେ ବହୁ ଗୁପ୍ତ ଭାବରେ ଏକ କାଠ ସୋକେସ୍ ଭିତରେ ବନ୍ଧୁକ ଓ ଗୁଳି ଲୁଚାଇ ରଖାଯାଇଥିଲା । ପୁଲିସ ପ୍ରାୟ ୫ଶହରୁ ଅଧିକ ଗୁଳି ସହ ୭ଟି ବନ୍ଧୁକ ଜବତ କରିଛି । ଏହି ସ୍ଥାନ ବ୍ୟତୀତ ଅନ୍ୟ ତିନିଟି ସ୍ଥାନରେ ମଧ୍ୟ ରେଡ୍ ଚାଲିଥିବା ଜଣାପଡିଛି । ଡି ବ୍ରଦର୍ସ ଘରେ ଏକ ବଡ ଧରଣ ଚଢଉ ଚାଲୁଥିବା ବେଳେ ଆଗକୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।