ସଟଡାଉନ୍ ବେଳେ ରାଜଧାନୀରେ ଜମିିଥିଲା ମଦ ସହ ଜୁଆର ଆସର । ହୋଟେଲ ପେଣ୍ଟାଗନରେ ଖୋଲିଥିଲା କ୍ୟାସିନୋ । ୩ ଯୁବତୀଙ୍କ ସହ ୧୩ ଜୁଆଡି ଗିରଫ ।

178

କନକ ବ୍ୟୁରୋ: ଭୁବନେଶ୍ୱରରେ ସପ୍ତାହନ୍ତ ସଟଡାଉନ କଟକଣା ଚାଲିଥିଲା ବେଳେ , କଳ୍ପନା ଛକର ପେଣ୍ଟାଗନ ହୋଟେଲରେ ବେଧଡକ ଚାଲୁଥିଲା ଜୁଆ ଖେଳ, ଜମୁଥିଲା ମଦର ଆସର । ଖାଲି ସେତିକି ନୁହେଁ ବିନା ଭୟରେ ଜୁଆ ଖେଳୁଥିଲେ ଏକାଧିକ ବ୍ୟକ୍ତି । ସୁନ୍ଦରୀ ଯୁବତୀମାନେ ଜୁଆଡିଙ୍କୁ କାର୍ଡ ଟୋକନ ଓ ମଦ ବାଣ୍ଟୁଥିଲେ । ସଟଡାଉନ ଯୋଗୁଁ ସାରା ସହର ଅଟକି ଯାଇଥିବାବେଳେ ବେଳେ ସିନେମା ଷ୍ଟାଇଲରେ ଚାଲିଥିଲା ଜୁଆ ଖେଳ । ପେଣ୍ଟାଗନ ହୋଟେଲରେ ରୁମ ଭଡା ନେଇ କ୍ୟାସିନୋ ଚାଲିଥିଲା । ଏହି ଖବର ପାଇ ପୁଲିସ ଚଢାଉ କରି କମିସନରେଟ ପୁଲିସ ଚଢାଉ କରି ୧୩ ଜଣ ଜୁଆଡିଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ତିନି ଜଣ ଯୁବତୀ । ଘଟଣାସ୍ଥଳରୁ ଜୁଆରେ ବ୍ୟବହୃତ ବିପୁଳ ପରିମାଣର କଏନ, ତାସ, ଟଙ୍କା ଜବତ ହୋଇଛି । ୧୮ଟି ମୋବାଇଲ ଫୋନ, ୨ ଲକ୍ଷ ୫୩ ହଜାର ଟଙ୍କା, ତାସ ସହ ବିପୁଳ ପରିମାଣର ଜୁଆ ଖେଳରେ ବ୍ୟବହୃତ କଏନ ଜବତ ହୋଇଛି ।