କନକ ବ୍ୟୁରୋ : ବାଲେଶ୍ୱର ଆସିଥିଲେ ବଲିଉଡର ଷ୍ଟାର ସିଙ୍ଗର ଜୁବିନ ନୌଟିଆଲ । ଜୁବିନଙ୍କ ମ୍ୟୁଜିକାଲ ନାଇଟ୍କୁ ଉପଭୋଗ କରିବା ପାଇଁ ସବୁ ଯେମିତି ଚାତକ ପରି ଚାହିଁ ବସିଥିଲେ । ସେପଟେ ଅପେକ୍ଷାର ଅନ୍ତ ଘଟାଇ ଜୁବିନ୍ ବି ନିର୍ଦ୍ଧାରିତ ସମୟରେ ମଂଚ ଉପରକୁ ଆସିଥିଲେ । ହେଲେ ତାଙ୍କ କଣ୍ଠରୁ ଗୀତ ବାହାରୁ ବାହାରୁ ମଂଚ ଉପରକୁ ଚାଲି ଆସିଥିଲେ ପୋଲିସ ଫୋର୍ସ ।
ତେଣୁ ଗୀତ ଗାଇ ନପାରି ଜୁବିନ୍ ଫେରି ଯାଇଥିଲେ । ଚାନ୍ଦିପୁର ଠାରେ ଏକ ଘରୋଇ ଇଂଜିନିୟରିଂ କଲେଜର ବାର୍ଷିକ ଉତ୍ସବରେ ଜୁବିନଙ୍କ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବା ସହ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କଲେଜରେ କୋଭିଡ ନିୟମକୁ ବେଖାତିର କରି ନାଚ ଗୀତରେ ମାତିଥିଲେ ଛାତ୍ରଛାତ୍ରୀ ଏହି ସମୟରେ ପୋଲିସ ଚଢ଼ାଉ କରିିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/JUBEN.jpg)