ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ଘରେ ପୁଲିସର ଚଢଉ । କଟକ ସିଡିଏ ସ୍ଥିତ ଘରୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ ସୂଚନା ।

Advertisment
ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ଘରେ ପୁଲିସର ଚଢଉ । କଟକ ସିଡିଏ ସ୍ଥିତ ଘରୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ ସୂଚନା ।

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଧଳସାମନ୍ତ ବ୍ରଦର୍ସ । କଟକ ସିଡିଏ ସ୍ଥିତ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସର ଚଢଉ । ଚଢାଉ ବେଳେ ବନ୍ଧୁକ ଗୁଳି ମାରଣାସ୍ତ୍ର ଜବତ ହୋଇଥିବା ନେଇ ସୂଚନା ମିଳିଛି ।

ତେବେ ପୂର୍ବରୁ ପୋଲିସ ଡି ବ୍ରଦର୍ସଙ୍କ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଥିଲା । ଜେରା ବେଳେ ମିଳିଥିବା କିଛି ତଥ୍ୟ ଆଧାରରେ ପୋଲିସ ଏହି ଚଢଉ କରୁଥିବା ଜଣାପଡିଛି । ଏକାସଙ୍ଗେ ୫ଟି ଥାନାର ଥାନା ଅଧିକାରୀ ଓ କଟକ ଡିସିପି ରେଡ୍ ସ୍ଥଳରେ ଉପସ୍ଥିତ ରହିଥିଲେ । ଡି ବ୍ରଦର୍ସ ଘରେ ଏକ ବଡ ଧରଣର ଚଢଉ ଚାଲୁଥିବା ବେଳେ ଆଗକୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe