ପୋଲିସ ଜନତା ମୁହାଁମୁହିଁ: କୋଭିଡ ନିୟମ ପାଳନ କରିବାକୁ କହିବାରୁ ଉତ୍ତେଜନା

Advertisment
ପୋଲିସ ଜନତା ମୁହାଁମୁହିଁ: କୋଭିଡ ନିୟମ ପାଳନ କରିବାକୁ କହିବାରୁ ଉତ୍ତେଜନା

କନକ ବ୍ୟୁରୋ: ଦୁର୍ଗାପୂଜାରେ କୋଭିଡ ନିୟମ ମାନିବାକୁ କହି ହଟହଟା ହୋଇଛି ପୁଲିସ । ଏହି ଘଟଣା ଘଟିଛି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ଡଭା ଗାଁରେ । ଲୋକେ ଝାରବନ୍ଧ ପୋଲିସ ଗାଡିର କାଚ ଭାଙ୍ଗିବା ସହ ମୁହାଁମୁହିଁ ହୋଇଛନ୍ତି । ସରକାରଙ୍କ କଟକଣା ଅନୁସାରେ ଗତକାଲି ରାତିରେ ଦୁର୍ଗାପୂଜା ହେଉଥିବା ସମୟରେ ପୁଲିସ ପଂହଚି ବିଭିନ୍ନ କାର୍ଯ୍ୟକ୍ରମ ବନ୍ଦ କରିବାକୁ କହିଥିଲା । ଏଥିରେ ଉତେଜିତ ହୋଇ ଲୋକେ ପୁଲିସକୁ ଗାଳିଗୁଳଜ କରିବା ସହ ଧସ୍ତାଧସ୍ତି କରିଛନ୍ତି । ଏପରିକି ପୁଲିସ ଗାଡି ଭଙ୍ଗାରୁଜା ବି କରିଥିଲେ । ଏହାପରେ ପୁଲିସ ଘଟଣାସ୍ଥଳରୁ ଚାଲିଯାଇଥିଲା । ଘଟଣାରେ ପୁଲିସ ଦୁଇଟି ମାମଲା ରୁଜୁ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe