କନକ ବ୍ୟୁରୋ: ଖୋର୍ଦ୍ଧା ଡାକ୍ତରଙ୍କ ହତ୍ୟାକାଣ୍ଡ ନେଇ ପୋଲିସକୁ ମିଳିଛି ବଡ ସୁରାକ । ଖୁବ୍ ଶୀଘ୍ର ଧରାପଡିବ ହତ୍ୟାକାରୀ । ପ୍ରେସମିଟ୍ କରି ଏସପି କହିଲେ, ହତ୍ୟାକାରୀ ନେଇ ପୋଲିସକୁ ବଡ ସୁରାକ୍ ମିଳିଛି । ସୁପାରୀ କିଲର ଦ୍ୱାରା ଏହି ହତ୍ୟାକାଣ୍ଡ କରାଯାଇଛି । କ୍ଲିନିକ ଭିତରେ ପଶି ରବିବାର ରାତିରେ ଡାକ୍ତର ମାନସ ଦାସଙ୍କୁ ଗୁଳି କରିଥିଲେ ମୁଖାପିନ୍ଧା ଦୁବୃର୍ତ । ଏଥିରେ ଡାକ୍ତର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ଗୁଳିମାଡର ଶିକାର ହୋଇଥିବା ଔଷଧ ଦୋକାନିର ମୃତ୍ୟୁ ହୋଇଛି । ୪ଟି ଟିମ୍ ଗଠନ କରି ତଦନ୍ତ କରୁଛି ପୋଲିସ୍ । ୨ଟି ଟିମ୍ ଡାକ୍ତରଙ୍କ ସହ ପୂର୍ବ ଶତ୍ରୁତା ଏବଂ ବିବାଦକୁ ନେଇ ଅନୁଧ୍ୟାନ କରୁଛନ୍ତି । ଆଉ ଦୁଇଟି ଟିମ୍ ତଦନ୍ତ ପାଇଁ ଜିଲ୍ଲା ବାହାରକୁ ଯାଇ ତଦନ୍ତ କରୁଛନ୍ତି ।

Advertisment

publive-image

ସୂଚନାଯୋଗ୍ୟ ରବିବାର ରାତିରେ ଶିଶୁ ରୋଗ ବିଶେଷଜ୍ଞ ଡା. ମାନସ ଦାସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ନିଜ କ୍ଲିନିକକୁ ସସ୍ତ୍ରୀକ ଆସିଥିଲେ। ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ବେଳେ କ୍ଲିନିକ୍ ଭିତରେ ଡା. ଦାସ ଓ ତାଙ୍କ ପତ୍ନୀ ବସିଥିବା ବେଳେ ଜଣେ ବ୍ୟକ୍ତି ମୁହଁରେ ମଂକିକ୍ୟାପ୍ ଘୋଡ଼ାଇ ସାଧାରଣ ରୋଗୀଙ୍କ ଭଳି ଜୋତା ଖୋଲି କ୍ଲିନିକରେ ପ୍ରବେଶ କରିଥିଲା। ଦୁର୍ବୃତ୍ତ ଜଣକ ସିଧାସଳଖ ଡାକ୍ତରଙ୍କ କ୍ୟାବିନ୍ ଭିତରେ ପଶି ଡାକ୍ତର ଦାସଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଉପରକୁ ଦୁଇ ରାଉଣ୍ତ ଗୁଳି କରିଥିଲା। ଗୋଟିଏ ଗୁଳି ଡାକ୍ତରଙ୍କ ବାମପଟ ଛାତି ତଳେ ବାଜିଥିବା ବେଳେ ଅନ୍ୟ ଗୁଳିଟି ତଳିପେଟରେ ବାଜିଥିଲା। ଗୁଳି ଶବ୍ଦ ଓ ଲୋକଙ୍କ ପାଟି ଶୁଣି ତଳେ କୋଠାରେ ଥିବା ଏକ ଔଷଧ ଦୋକାନର ମାଲିକ କୃଷ୍ଣଚନ୍ଦ୍ର ସାହୁ ଓରଫ ସନ୍ତୁ ଡାକ୍ତରଙ୍କ ପାଖକୁ ଦୌଡ଼ି ଆସିଥିଲେ।

publive-image

ଦୁର୍ବୃତ୍ତକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ତାଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା। ଗୁଳିଟି କୃଷ୍ଣଚନ୍ଦ୍ରଙ୍କ ଡାହଣ ପଟ ତଳିପେଟରେ ବାଜିଥିଲା। ଏହାପରେ ଦୁର୍ବୃତ୍ତ ଜଣକ ସେଠାରୁ ଚାଲିଯାଇଥିଲା। ଆଖପାଖର ଲୋକ ଓ ସେଠାରେ ଅପେକ୍ଷା କରିଥିବା ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତର ଦାସ ଓ କୃଷ୍ଣଚନ୍ଦ୍ରଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ବରର ଆମ୍ରି ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିଲା।