କେନ୍ଦ୍ରାପଡା କେଳେଙ୍କାରୀ ମାମଲାରେ ପ୍ରମୋଦ ସାହୁଙ୍କୁ ଉଠାଇ ନେଲା ପୁଲିସ୍ । ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସଭାପତିଙ୍କ ବିରୋଧରେ ଥିଲା ଅଭିଯୋଗ

ମୋବାଇଲ ଶିଖାଇବା ବାହାନାରେ ଚାମ୍ବରକୁ ଡାକୁଥିଲେ ପ୍ରମୋଦ

433

କନକ ବ୍ୟୁରୋ: ଯୌନ ଶୋଷଣ ଭଳି ସଂଗୀନ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁଙ୍କୁ ପୁଲିସ୍ ଉଠାଇ ନେଇଛି । ଗତକାଲି ରାତି ପ୍ରାୟ ୧୧ଟାରେ ପୁଲିସ୍ ବଣିଆମାଳସ୍ଥିତ ବାସଭବନରୁ ପ୍ରମୋଦ ସାହୁଙ୍କୁ ଉଠାଇ ଆଣି ପଚରାଉଚୁରା କରୁଛି । କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଥିଲା । ଏମିତି କି କେଳେଙ୍କାରୀର ଅଡିଓ ଟେପ୍ ମଧ୍ୟ ସାମ୍ନାକୁ ଆସିଛି ।

ଯେଉଁଥିରେ ରହିଛି କୋଅପରେଟିଭ୍ ସୋସାଇଟିର ସଭାପତିଙ୍କ କେଳେଙ୍କାରୀର କାହାଣୀ । ତେବେ ଏହି ଯୌନ ଶୋଷଣ ଅଭିଯୋଗ ପୀଡିତା କିଛି ମାସ ତଳେ କରିଥିବା ବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ମଧ୍ୟ ହୋଇଛି । ନ୍ୟାୟ ପାଇଁ ପୀଡିତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ମାମଲାର ତଦନ୍ତ ଭାର ଲୋକାଲ କଂପ୍ଲେଂଟ୍ କମିଟିକୁ ଦିଆଯାଇଛି । ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୁଲିସ ଅଭିଯୁକ୍ତଙ୍କ ସହ ପୀଡିତାଙ୍କ ହୋଇଥିବା ବାର୍ତାଳାପର ଅଡିଓ ଟେପ ଯାଂଚ ପାଇଁ ଫରେନସିକ୍ ଲାବକୁ ପଠାଇଛି ।