ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ସୁବର୍ଣ୍ଣରେଖାରୁ ବାଲି ଚୋରିକୁ ନେଇ ତୁମୁଳକାଣ୍ଡ  । ଚଢଉ ପାଇଁ ଯାଇଥିବା ପୁଲିସ ଉପରେ ଆକ୍ରମଣ କଲେ ବାଲି ମାଫିଆ ।

110

କନକ ବ୍ୟୁରୋ: ସୁବର୍ଣ୍ଣରେଖାରେ ବାଲି ଉଠାଣକୁ ନେଇ ବାଲି ମାଫିଆ ଓ ପୋଲିସ ମୁହାଁମୁହିଁ । ବାଲି ମାଫିଆଙ୍କ ଆକ୍ରମଣରେ ୫ ଜଣ ପଶ୍ଚିମବଙ୍ଗ ପୋଲିସ ଆହତ ହୋଇଛନ୍ତି । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଗୁଆଗଡିଆ ନିକଟ ସୁବର୍ଣ୍ଣରେଖା ନଦୀର ପଶ୍ଚିମବଙ୍ଗ ସୀମାନ୍ତରୁ ବେଆଇନ ଭାବେ ବାଲି ଉଠାଉଥିଲେ ମାଫିଆ । ଖବର ପାଇ ପଶ୍ଚିମବଙ୍ଗ ପୋଲିସ ଚଢାଉ କରିବାରୁ ବାଲି ଗାଡି ନେଇ ଚମ୍ପଟ ମାରିଥିଲେ । ପୋଲିସ ଗାଡିକୁ ପିଛା କରି ଧରିବା ପରେ ମାଫିଆ ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା  । ଏଥିରେ ୪ ଜଣ ପଶ୍ଚିମବଙ୍ଗ ପୋଲିସ ଆହତ ହୋଇଛନ୍ତି,ସେମାନଙ୍କୁ ଦାନ୍ତୋନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  ।

ମାଫିଆ ମାନେ ସୁବର୍ଣ୍ଣରେଖା ନଦୀରୁ ଦିନରାତି ବେଆଇନ ଭାବେ ବାଲି ଉତ୍ତଳନ କରୁଥିବା ବେଳେ ଓଡିଶା ପୋଲିସ ନିରବଦ୍ରଷ୍ଟା ପାଲଟିଛି,ମାତ୍ର ପଶ୍ଚିମବଙ୍ଗ ପୋଲିସ ସକ୍ରିୟ ରହିଥିବାରୁ ମାଫିଆଙ୍କ ଅକ୍ରମଣର ଶିକାର ହେଉଛନ୍ତି ।