ଉତ୍ତର ପ୍ରଦେଶର ପୁଲିସ ମହାନିର୍ଦ୍ଦେଶକ ଓପି ସିଂହ କହିଛନ୍ତି କି, କୁମ୍ଭ ମେଳାରେ ଡ୍ୟୁଟି କରୁଥିବା ପ୍ରତ୍ୟକ ପୁଲିସକର୍ମୀଙ୍କୁ କୁମ୍ଭ ମେଳା ୨୦୧୯ ମେଡାଲ ଦ୍ୱାରା ସମ୍ମାନିତ କରିବାର ପ୍ରସ୍ତୁତି ହୋଇଛି ।
ସିଂହ କହିଛନ୍ତି କି, “କୁମ୍ଭ ମେଳାରେ ଡ୍ୟୁଟି କରୁଥିବା ପ୍ରତ୍ୟେକ ପୁଲିସକର୍ମୀଙ୍କୁ କୁମ୍ଭ ମେଳା ୨୦୧୯ ନାମରେ ଏକ ନୂଆ ମେଡାଲ ଦେବାର ଆମେ ସରକାରଙ୍କୁ ସୁପାରିଶ କରିବୁ । ମୁଁ ସରକାରଙ୍କୁ ଆଗ୍ରହ କରିବି କି ମେଳାରେ ଡ୍ୟୁଟି କରୁଥିବା ପ୍ରତ୍ୟେକ ପୁଲିସକର୍ମୀ ଓ ଅଧିକାରୀଙ୍କୁ ଏହି ମେଡାଲ ଦିଆଯିବ । ଆମେ ଚାହୁଁ କି ପୁଲିସକର୍ମୀ ଓ ଅଧିକାରୀ ଦ୍ୱାରା ଦିଆଯାଇଥିବା ସେବାକୁ ଧ୍ୟାନରେ ରଖି ତାଙ୍କ ନିଯୁକ୍ତି ତାଙ୍କ ଇଚ୍ଛା ଅନୁସାରେ ଚୟନ କରିଥିବା ସ୍ଥନାରେ କରାଯାଉ । ଯେତେ ସମ୍ଭବ ହେବ ତାଙ୍କ ଦ୍ୱାରା ଦିଆଯାଇଥିବା ୩-୪ଟି ସ୍ଥାନ ମଧ୍ୟରୁ ଗୋଟିଏରେ ନିଯୁକ୍ତି ହେବ ।”
କୁମ୍ଭ ମେଳାରେ ପୁଲିସକର୍ମୀଙ୍କ ଦ୍ୱାରା ଦିଆଯାଇଥିବା ସେବାକୁ ପ୍ରଂଶସା କରି ସିଂହ କହିଛନ୍ତି କି, ଏହି ମେଳାରେ ଆମେ ଟିମ୍ ଭାବନା ସହିତ କାମ କରିଛୁ, ଯେଉଁଥିରେ ଆମର କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ, ପିଏସିର ଯବାନ, ଏନଡିଆରଏଫର ଯବାନ ସାମିଲ ଥିଲେ । ଆମର ୧୬୦୦୦ ସିଭିଲ ପୁଲିସକର୍ମୀ ସୁରକ୍ଷା ସୁନିଶ୍ଚିତ କରିବାରେ ମହତ୍ୱପୂର୍ଣ୍ଣ କାମ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/fjzdomhpgx-1538124055.jpg)
/kanak/media/post_attachments/wp-content/uploads/2019/02/352510-kumbh-1-300x169.jpg)
/kanak/media/post_attachments/wp-content/uploads/2019/02/allahabad1-300x226.jpg)