ପୋଲିସକୁ ନିସ୍ତୁକ ମାଡ! ନିଶାଡିଙ୍କୁ ଗିରଫ କରିବାକୁ ଯାଇ ମାଡ ଖାଇଲେ ଦୁଇ ପୋଲିସ କର୍ମଚାରୀ

ପୋଲିସକୁ ନିସ୍ତୁକ ମାଡ! ନିଶାଡିଙ୍କୁ ଗିରଫ କରିବାକୁ ଯାଇ ମାଡ ଖାଇଲେ ଦୁଇ ପୋଲିସ କର୍ମଚାରୀ

କନକ ବ୍ୟୁରୋ: ଅଭିଯୁକ୍ତକୁ ଗିରଫ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୁଲିସ କର୍ମଚାରୀ। ପୁରୀ ଜିଲ୍ଲା ପିପିଲି ଚନ୍ଦ୍ରାଦେଇପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ ଚନ୍ଦ୍ରାଦେଇପୁର ଗାଁର ଅଭିଯୁକ୍ତ ଚନ୍ଦୁକୁ ଗିରଫ କରିବାକୁ ଯାଇଥିଲା ବଳଙ୍ଗା ପୁଲିସ। ଘଟଣାସ୍ଥଳରେ ନିଶା ସେବନ କରୁଥିବା ଅଭିଯୁକ୍ତର ବନ୍ଧୁ କାଳୁ ପରିଡ଼ା ପୁଲିସ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲା । କାଳୁର ଆକ୍ରମଣରେ ବଳଙ୍ଗା ଥାନାର ଦୁଇ ପୁଲିସ କର୍ମଚାରୀ ମହେନ୍ଦ୍ର ମହାନ୍ତି ଓ ସୁମନ୍ତ ବେହେରା । ଅଭିଯୁକ୍ତ ଚନ୍ଦୁ ନାଁରେ ଆଗରୁ ବଳଙ୍ଗା ଥାନାରେ ଏକାଧିକ ମାମଲା ରହିଛି । ତେଣୁ ଚନ୍ଦୁକୁ ଥାନାରେ ହାଜର ହେବାକୁ ନୋଟିସ କରାଯାଇଥିଲା । ହେଲେ ଚନ୍ଦୁ ଥାନାରେ ହାଜର ନହେବାରୁ ଗିରଫ କରିବାକୁ ପୁଲିସ ଚନ୍ଦ୍ରାଦେଇପୁର ପହଞ୍ଚିଥିଲା । ପୋଲିସ ଚନ୍ଦୁକୁ ଗିରଫ କରିବାକୁ ଆସିଥିବା ଜାଣିବା ପରେ କାଳୁ ଆକ୍ରମଣ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe