ପିସିଆର ଭ୍ୟାନ୍ ଭିତରେ ଯୁବତୀଙ୍କୁ ମାଡ ମାରି ଅଡୁଆରେ ପୋଲିସ୍ କର୍ମଚାରୀ ! ଭିଡିଓ ହେଲା ଭାଇରାଲ୍ । 

ପିସିଆର ଭ୍ୟାନ୍ ଭିତରେ ଯୁବତୀଙ୍କୁ ମାଡ ମାରି ଅଡୁଆରେ ପୋଲିସ୍ କର୍ମଚାରୀ ! ଭିଡିଓ ହେଲା ଭାଇରାଲ୍ । 

source : ThePrint

ଉତ୍ତରପ୍ରଦେଶର ମିରଟରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ଏକ ପୁଲିସ୍ ଗାଡ଼ି ଭିତରେ ଜନୈକା ଯୁବତୀଙ୍କୁ ଚାପୁଡ଼ା ମାରିବା ସହ ତାଙ୍କୁ ଗାଳି ଗୁଲଜ କରିବା ଘଟଣା ତିନି ଜଣ ପୁଲିସ୍ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାରେ ସଂପୃକ୍ତ ତିନିଜଣ ପୁଲିସ୍ କର୍ମଚାରୀଙ୍କୁ କାର‌୍ୟ୍ୟରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଜଣେ ମହିଳା କନେଷ୍ଟବଳ ଥିବା ଜାଣିବାକୁ ମିଳିଛି।

publive-image

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମିରଟର ଏକ କଲେଜରେ ପଢ଼ୁଥିବା ଜନୈକ ହିନ୍ଦୁ ଯୁବତୀଙ୍କର ସେହି କଲେଜରେ ତାଙ୍କ ସହପାଠୀ ଥିବା ଜଣେ ମୁସଲମାନ ଯୁବକଙ୍କର ପ୍ରେମ ସଂପର୍କ ଥିଲା। ତେବେ, ଆଜି ଉଭୟେ କଲେଜ ନିକଟରେ ପରସ୍ପର ସହ କଥା ହେଉଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦର କିଛି କର୍ମୀ ଆସି ସେମାନଙ୍କୁ ଧରି ପକାଇଥିଲେ। ପରେ  ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଉଭୟଙ୍କ ସଂପର୍କକୁ ‘ଲଭ୍ ଜିହାଦ୍’ର ଆଖ୍ୟା ଦେଇ ସେମାନଙ୍କୁ ମାରଧର କରିବା ଆରମ୍ଭ କରି ଦେଇଥିଲେ। ଘଟଣା ସଂପର୍କରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ଆସି ପହଞ୍ଚି ଥିଲା।

ତେବେ, ପୁଲିସ୍ ପ୍ରେମୀ ଯୁଗଳଙ୍କୁ ମାଡ଼ ମାରିଥିବା ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନଙ୍କୁ ଗିରଫ କରିବା ପରିବର୍ତ୍ତେ ସେମାନଙ୍କୁ ଛାଡ଼ିଦେବା ସହ ପ୍ରେମୀ ଯୁଗଳଙ୍କୁ ଥାନାକୁ ଗାଡ଼ିରେ ଆଣୁଥିଲା। ତେବେ, ଥାନାକୁ ଆଣିବା ବାଟରେ ପୁଲିସ୍ ଗାଡ଼ିରେ ଥିବା ପୁଲିସ୍ କର୍ମଚାରୀମାନେ ହିନ୍ଦ୍ୁ ଯୁବତୀ ଜଣଙ୍କୁ କାହିଁକି ମୁସଲମାନ ଯୁବକ ସହ ସଂପର୍କ ରଖିଛୁ ବୋଲି କହି ଗାଳିଦେବା ସହ ମାଡ଼ ମାରିଥିଲେ। ତେବେ, ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାରେ ସଂପୃକ୍ତ ତିନିଜଣ ପୁଲିସ୍ କର୍ମଚାରୀଙ୍କୁ କାର‌୍ୟ୍ୟରୁ ନିଲମ୍ବିତ କରା ଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe