କନକ ବ୍ୟୁରୋ: ଜବତ ହୋଇଥିବା ସ୍କୁଟିରେ ବଜାର ବୁଲୁଛନ୍ତି ମାଥିଲି ଅବକାରୀ ଥାନାର ବାବୁ । ଗଞ୍ଜେଇ ଚାଲାଣରେ ଜବତ ହୋଇଥିଲା ସ୍କୁଟି । ମାଲକାନଗିରି ଜିଲ୍ଲା ମାଥିଲି ଅବକାରୀ ବିଭାଗର ଥାନା ବାବୁଙ୍କ ଏପରି କାରନାମା ପଦାରେ ପଡିଛି । ସହର ଭିତରକୁ ଜବତ ସ୍କୁଟିକୁ ନେଇ ଘୁରି ବୁଲୁଛନ୍ତି ଅବକାରୀ ଥାନା ଅଧିକାରୀ । ନିଜର ବ୍ୟକ୍ତିଗତ କାମରେ ଜବତ ଗାଡି ବ୍ୟବହାରକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆଦିବାସୀ ଇଲାକାରେ ଥାନା ବାବୁଙ୍କ ଏପରି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏ ଦୃଶ୍ୟ ଦେଖନ୍ତୁ ପ୍ରତିଦିନ ଭଳି ମାଲଖାନାରେ ଥିବା ଜବତ ସ୍କୁଟିକୁ ନେଇ ବଜାରରେ ବୁଲୁଛନ୍ତି ଅବକାରୀ ଥାନା ଅଧିକାରୀ ରାମଜି ପଟେଲ । ତେବେ ଏ ସମ୍ପର୍କରେ କନକ ନ୍ୟୁଜ ଅପେରେସନରେ ପୁରୁଣା ଥାନାରୁ ନୂଆ ଥାନାର ମାଲଖାନାରେ ସ୍କୁଟି ରଖିବାକୁ ନେଇଥିବା ସେ ସଫେଇ ଦେଇଛନ୍ତି ।
ଜବତ ସ୍କୁଟିରେ ବୁଲୁଛନ୍ତି ଥାନା ବାବୁ । ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଥିଲା ସ୍କୁଟି ।
/kanak/media/post_attachments/wp-content/uploads/2023/12/scooty.jpg)